ଭ୍ୟାକ୍ସିନ୍ ମିଶ୍ରଣ : ଆଷ୍ଟ୍ରାଜେନେକା ଏବଂ ସ୍ପୁଟନିକ୍ -ଭି ମିଶ୍ରଣ ଟିକାର ଫଳାଫଳ, ଜାଣନ୍ତୁ କଣ କହିଲେ ବିଶେଷଜ୍ଞ
ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (ଆରଡିଏଫ୍) ଶୁକ୍ରବାର ଦିନ କହିଛି ଯେ ଆଷ୍ଟ୍ରା ଜେନେକା ଟିକା ଏବଂ ସ୍ପୁଟିନିକ୍ ଭି ର ମିଶ୍ରଣ ଅନେକ ଲୋକଙ୍କ ଉପରେ ପରୀକ୍ଷା କରାଯାଇଛି ।
ନୂଆଦିଲ୍ଲୀ : ଭାରତ, ଆମେରିକା, ରୁ ଷ, ବ୍ରିଟେନ ସମେତ ଅନେକ ଦେଶ ନିଜର କରୋନା ଟିକା ପ୍ରସ୍ତୁତ କରିଛନ୍ତି । ପ୍ରତ୍ୟେକ ଟିକାର ଦୁଇଟି ଲେଖାଏଁ ଡୋଜ୍ ଦିଆଯାଉଥିବା ବେଳେ, ଯଦି ଦୁଇଟି ଅଲଗା ଅଲଗା ଟିକାର ଗୋଟିଏ ଲୋଖାଏଁ ଡୋଜ୍ ଦିଆଯିବ ତେବେ ଏହାର ପରିଣାମ କଣ ହେବ ଏନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଆସିବା ସ୍ୱାଭାବିକ । ଏନେଇ କିଛି ଦିନ ପୂର୍ବରୁ ରୁଷର ବୈଜ୍ଞାନିକମାନେ ଆଷ୍ଟ୍ରାଜେନେକା ଏବଂ ସ୍ପୁଟନିକ୍ ଭି ଟୀକାକରଣର ମିଶ୍ରଣ ପରୀକ୍ଷା କରିବାକୁ ସରକାରଙ୍କୁ ଅନୁମତି ମାଗିଥିଲେ । ଯାହା ଅନୁମୋଦିତ ହେବା ସହିତ ବର୍ତ୍ତମାନ ଏହାର ଫଳାଫଳ ଆସିଛି ।

ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (ଆରଡିଏଫ୍) ଶୁକ୍ରବାର ଦିନ କହିଛି ଯେ ଆଷ୍ଟ୍ରା ଜେନେକା ଟିକା ଏବଂ ସ୍ପୁଟିନିକ୍ ଭି ର ମିଶ୍ରଣ ଅନେକ ଲୋକଙ୍କ ଉପରେ ପରୀକ୍ଷା କରାଯାଇଛି । ଏହି ସମୟ ମଧ୍ୟରେ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା କିମ୍ବା ସଂକ୍ରମଣର ରିପୋର୍ଟ ହୋଇନଥିଲା । ଏହା ବ୍ୟତୀତ ଟିକା ମିଶ୍ରଣ ମଧ୍ୟ ଲୋକଙ୍କୁ ଭାଇରସ ଠାରୁ ସୁରକ୍ଷା ଯୋଗାଉଛି । ଯଦିଓ ଏଗୁଡିକ ପ୍ରାଥମିକ ଫଳାଫଳ, ଅଗଷ୍ଟ ସୁଦ୍ଧା ସକରାତ୍ମକ ପ୍ରତିରୋପଣ ଫଳାଫଳ ଆଶା କରାଯାଉଛି ।
ଏହି ପରିପ୍ରେକ୍ଷୀରେ, ସ୍ପୁଟିନିକ୍ ଭି ତିଆରି କରିଥିବା କମ୍ପାନୀ କହିଛି ଯେ ସେମାନେ ଦୁଇଟି ଭିନ୍ନ ଟୀକାର ମିଶ୍ରଣ (Ad26 + Ad5) ତିଆରି କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଆଜେରବାଇଜାନରେ ଏହି ମିଶ୍ରିତ ଟିକା ଦେବା ଆରମ୍ଭ ହୋଇଥିଲା। ଏହି ଅନୁସନ୍ଧାନରେ 50 ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସ୍ପୁଟ୍ନିକ୍ ଆହୁରି ମଧ୍ୟ କହିଛନ୍ତି ଯେ RDIF ଅନ୍ୟ ଟିକା ସହିତ ସକ୍ରିୟ ଭାବରେ ସହଯୋଗ କରେ ଯାହା ଦ୍ୱାରା ଏହି ମିଶ୍ରଣ ନୂତନ କରୋନା ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ହୋଇପାରିବ ।
ଇସ୍ରାଏଲ୍ ଦେଉଛି ତୃତୀୟ ଡୋଜ୍
ଅନ୍ୟପକ୍ଷରେ, ଇସ୍ରାଏଲ୍ ଏକ ନୂତନ ପରୀକ୍ଷଣ ଆରମ୍ଭ କରିଛି । ଯେଉଁଥିରେ 60 ବର୍ଷରୁ ଅଧିକ ଲୋକଙ୍କୁ ଟୀକାର ତୃତୀୟ ଡୋଜ୍ ଦିଆଯାଉଛି । ତୃତୀୟ ଡୋଜ୍ ଟୀକାକରଣ କରାଇବାରେ ଇସ୍ରାଏଲ ହେଉଛି ବିଶ୍ୱର ପ୍ରଥମ ଦେଶ । ବର୍ତ୍ତମାନ ପର୍ଯ୍ୟନ୍ତ, ସମସ୍ତ ଦେଶରେ କେବଳ ଦୁଇଟି ଡୋଜ ଦେବାର ବ୍ୟବସ୍ଥା ଅଛି । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯେଉଁମାନେ 5 ମାସ ପୂର୍ବରୁ ଉଭୟ ଡୋଜ ନେଇଥିଲେ ସେମାନଙ୍କୁ ତୃତୀୟ ଡୋଜ ଦିଆଯିବ । ଏହା ମଧ୍ୟ ନୂଆ ଭାରିଆଣ୍ଟରୁ ସୁରକ୍ଷା ଯୋଗାଇବ ।












Click it and Unblock the Notifications