Get Updates
Get notified of breaking news, exclusive insights, and must-see stories!

ଆସାମ ପୋଲିସକୁ ବଡ଼ ସଫଳତା, ଧରା ପଡ଼ିଲେ ତିନି ଆତଙ୍କବାଦୀ

ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଅଲ-କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (AQIS) ଏବଂ ଅନସରୁଲ୍ଲା ବଙ୍ଗଳା ଦଳ (ଏବିଟି) ସହ ଲିଙ୍କ ଥିବା ତିନି ଜଣଙ୍କୁ ଗତ ଦୁଇ ଦିନ ମଧ୍ୟରେ ଗିରଫ କରାଯାଇଛି ।

ଦିସପୁର : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଅଲ-କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (AQIS) ଏବଂ ଅନସରୁଲ୍ଲା ବଙ୍ଗଳା ଦଳ (ଏବିଟି) ସହ ଲିଙ୍କ ଥିବା ତିନି ଜଣଙ୍କୁ ଗତ ଦୁଇ ଦିନ ମଧ୍ୟରେ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଆସାମର ଗୋଲପାରା ଜିଲ୍ଲାର ମସଜିଦ ଇମାମମାନେ ଅଛନ୍ତି ।

ଗିରଫ ବ୍ୟକ୍ତି ମର୍ଣ୍ଣୋଇ ପୋଲିସ ଷ୍ଟେସନ ଅନ୍ତର୍ଗତ ଟିଙ୍କୁନିଆ ଶାନ୍ତିପୁର ମସଜିଦର ଇମାମ ଅବଦୁସ ସୁଭାନ ଏବଂ ଗୋଲପାରାସ୍ଥିତ ମାଟିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ତିଲାପାରା ନାତୁନ ମସଜିଦର ଇମାମ ଜାଲାଲୁଦ୍ଦିନ ଶେଖ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

terrorist

ଗୋଲପାରା ଜିଲ୍ଲା ପୁଲିସ ଅଧୀକ୍ଷକ ରାକେଶ ରେଡ୍ଡୀ କହିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯିବାପରେ ଗିରଫ କରାଯାଇଛି । ରାକେଶ କହିଛନ୍ତି, "ଆମକୁ ଚଳିତ ବର୍ଷ ଜୁଲାଇରେ ଗିରଫ ହୋଇଥିବା ଅବ୍ବାସ ଅଲିଙ୍କଠାରୁ ଏହି ଦୁଇ ଜଣଙ୍କ ବାବଦରେ ସୂଚନା ମିଳିଥିଲା । ପଚରାଉଚରା ବେଳେ ଆମେ ଜାଣିବାକୁ ପାଇଲୁ ଯେ ସେମାନେ ଆସାମର AQIS / ABT ର ବାରପେଟା ଏବଂ ମୋରିଗାଓନ୍ ମଡ୍ୟୁଲ୍ ସହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତଙ୍କ ଘରେ ଖୋଜାଖୋଜି ବେଳେ ମୋବାଇଲ୍ ଫୋନ୍, ସିମ୍ କାର୍ଡ ଏବଂ ଆଇଡି କାର୍ଡ ସହିତ ଅଲ-କାଏଦା, ଜିହାଦି ଉପାଦାନ, ପୋଷ୍ଟର, ଅନ୍ୟାନ୍ୟ ଦଲିଲ ଜବତ କରାଯାଇଛି ।

ଭାରତୀୟ ଉପମହାଦେଶରେ ଅଲ-କାଏଦାର ୱିଙ୍ଗ ଭାବରେ ଜଣାଶୁଣା ବାଂଲାଦେଶର ଜିହାଦୀ ଗୋଷ୍ଠୀ ଅନସରୁଲ୍ଲା ବଙ୍ଗଳା ଦଳ (ଏବିଟି) ସହିତ ଲିଙ୍କ ଥିବା ଅଭିଯୋଗରେ ପୋଲିସ ବାରପେଟା ଜିଲ୍ଲାର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ବାଂଲାଦେଶରୁ ଏଠାକୁ ଆସିଥିବା ଜିହାଦି ଆତଙ୍କବାଦୀଙ୍କୁ ସେମାନେ ଆଶ୍ରୟ ମଧ୍ୟ ଦେଇଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ କହିଛି ଯେ ଅନେକ ବାଂଲାଦେଶୀ ଆତଙ୍କବାଦୀ ଫେରାର ହୋଇଯାଇଥିବାବେଳେ ଏହି ଦୁଇ ଜଣ ସେହି ଆତଙ୍କବାଦୀଙ୍କୁ ଗୋଲପାରାରେ ଆଶ୍ରୟ ଦେଇଥିଲେ । ଏହି ସନ୍ଦିଗ୍ଧମାନେ ଡିସେମ୍ବର 2019 ରେ ମାଟିଆ ପୁଲିସ ଷ୍ଟେସନ ଅନ୍ତର୍ଗତ ସୁନ୍ଦରପୁର ତିଲପାରା ମଦ୍ରାସାରେ ଏକ ଧର୍ମ ସଭା ଆୟୋଜନ କରିଥିଲେ, ଯେଉଁଠାରେ ଏକ୍ୟୁଆଇଏସ(ଅଲ କାଏଦା ଭାରତୀୟ ଉପମହାଦ୍ଵୀପ)ର ଅନେକ ସଦସ୍ୟ ଯୋଗ ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+