Get Updates
Get notified of breaking news, exclusive insights, and must-see stories!

ନୟାନ୍ତ କଲାଣି ଆସାମ ବନ୍ୟା, ଏପର୍ଯ୍ୟନ୍ତ 71 ଜଣଙ୍କର ମୃତ୍ୟୁ, ଭାସିଗଲେ 2 ପୋଲିସ କର୍ମୀ, ପ୍ରଭାବିତ ହୋଇଛନ୍ତି 42 ଲକ୍ଷ ଲୋକ

ରବିବାର ବନ୍ୟାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନରେ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଜନିତ ତିନି ଜଣଙ୍କର ମୃତ୍ୟୁ କଚ୍ଛାର ଜିଲ୍ଲାରୁ ଆସିଛି । ଅତିକମରେ ଆଠ ଜଣ ମଧ୍ୟ ନିଖୋଜ ହୋଇଯାଇଛନ୍ତି ।

ଗୌହାଟୀ : ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହେବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ସେଠାରେ ବନ୍ୟା ହେତୁ ଆହୁରି 9 ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 71 କୁ ବୃଦ୍ଧି ପାଇଛି ।

assam flood

ରବିବାର ବନ୍ୟାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୂସ୍ଖଳନରେ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଜନିତ ତିନି ଜଣଙ୍କର ମୃତ୍ୟୁ କଚ୍ଛାର ଜିଲ୍ଲାରୁ ଆସିଛି । ଅତିକମରେ ଆଠ ଜଣ ମଧ୍ୟ ନିଖୋଜ ହୋଇଯାଇଛନ୍ତି । ରବିବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ଆସାମର ନାଗାଓଁ ଜିଲ୍ଲାର କାମପୁର ଅଞ୍ଚଳରେ ବନ୍ୟା ଜଳରେ ଦୁଇଜଣ ପୋଲିସ କର୍ମଚାରୀ ଭାସି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କନଷ୍ଟେବଳ ଏବଂ ଜଣେ ଅଧିକାରୀ ଅଛନ୍ତି । କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ନିଖୋଜ ପୋଲିସ ଅଧିକାରୀଙ୍କ ସନ୍ଧାନ ଜାରି ରହିଛି । ରବିବାର ସନ୍ଧ୍ୟାରେ ରାଜ୍ୟରେ ବନ୍ୟା ପ୍ରଭାବିତ ଲୋକଙ୍କ ସଂଖ୍ୟା 42 ଲକ୍ଷରୁ ଅଧିକ ହୋଇଛି ।

ରବିବାର ଦିନ ବନ୍ୟାରେ ପ୍ରାଣ ହରାଇଥିବା 9 ଜଣଙ୍କ ମଧ୍ୟରୁ କଚ୍ଛାର ଜିଲ୍ଲାର ତିନିଜଣ, ବାରପେଟାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଜଲି, କାମରୁପ, କରିମଗଞ୍ଜ ଏବଂ ଉଦଲଗୁରି ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କ ପ୍ରାଣହାନି ହୋଇଛି । ନିଖୋଜଙ୍କ ବିଷୟରେ କହିବାକୁ ଗଲେ, ଚାରିଜଣ ଲୋକ ଡିବ୍ରୁଗଡରୁ ନିଖୋଜ ହୋଇଥିବାବେଳେ କଚ୍ଛାର, ହୋଜାଇ, ତାମୁଲପୁର ଏବଂ ଉଦଲଗୁରି ଜିଲ୍ଲାରୁ ଜଣେ ଲେଖାଏଁ ନିଖୋଜ ଅଛନ୍ତି ।

ଲଗାତାର ବର୍ଷା ଯୋଗୁଁ ଆସିଥିବା ଭୟଙ୍କର ବନ୍ୟା ଆସାମରେ ବିପଦ ସୃଷ୍ଟି କରିଛି । ପ୍ରାୟ 5,137 ଟି ଗାଁ ବନ୍ୟା ଜଳରେ ବୁଡ଼ି ରହିଛି । ବାରପେଟା ସର୍ବାଧିକ ପ୍ରଭାବିତ ଜିଲ୍ଲା, ଯେଉଁଥିରେ 12.76 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ପରେ, ଦାରାଙ୍ଗରେ ପ୍ରାୟ 3.94 ଲକ୍ଷ ଲୋକ ଏବଂ ନାଗାଓଁରେ 3.64 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+