Get Updates
Get notified of breaking news, exclusive insights, and must-see stories!

ବିବାହିତାଙ୍କୁ ଘର କାମ କରିବାକୁ କହିବା କ୍ରୁରତା ନୁହେଁ - ବମ୍ବେ ହାଇକୋର୍ଟ

ଯଦି ଜଣେ ବିବାହିତା ମହିଳାଙ୍କୁ ପରିବାର କାମ କରିବାକୁ କୁହାଯାଏ ତେବେ ଏହା ଚାକରାଣୀ ପରି କାମ କରିବା ବିବେଚନା କରାଯିବ ନାହିଁ । ଏପରିକି ଏହାକୁ କ୍ରୁରତା କୁହାଯିବ ନାହିଁ । ନିକଟରେ ଏକ ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଏହା କହିଛନ୍ତି ।

ମୁମ୍ବାଇ : ଯଦି ଜଣେ ବିବାହିତା ମହିଳାଙ୍କୁ ପରିବାର କାମ କରିବାକୁ କୁହାଯାଏ ତେବେ ଏହା ଚାକରାଣୀ ପରି କାମ କରିବା ବିବେଚନା କରାଯିବ ନାହିଁ । ଏପରିକି ଏହାକୁ କ୍ରୁରତା କୁହାଯିବ ନାହିଁ । ନିକଟରେ ଏକ ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଏହା କହିଛନ୍ତି । ଜଷ୍ଟିସ ବିବେ କଙ୍କନୱାଡି ଏବଂ ଜଷ୍ଟିସ ରାଜେଶ ଏସ ପାଟିଲଙ୍କ ଏକ ଡିଭିଜନ ବେଞ୍ଚ ଆଇପିସିର ଧାରା 498A ଅନୁଯାୟୀ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ଖାରଜ୍ କରିଛି ।

ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ବିବାହିତା ମହିଳାଙ୍କୁ ପରିବାର ପାଇଁ ଘରୋଇ କାମ କରିବାକୁ କୁହାଯାଏ ତେବେ ଏହାର ଅର୍ଥ ନୁହେଁ ଯେ ତାଙ୍କୁ ଘରୋଇ ଚାକର ପରି କାମ କରାଯାଉଛି । ଯଦି ସେ ନିଜ ଘରର କାମ କରିବାକୁ ଚାହୁଁନଥିଲେ, ତେବେ ସେ ବିବାହ ପୂର୍ବରୁ କହିଥାନ୍ତେ । ଯାହାଫଳରେ ବର ନିଜ ବିବାହ ବିଷୟରେ ଚିନ୍ତା କରିପାରିଥାନ୍ତେ ।

bombay high court

ଅଦାଲତ ଆହୁରି କହିଛନ୍ତି ଯେ, ଯଦି ବିବାହ ପରେ ଏହି ସମସ୍ୟା ସାମ୍ନାକୁ ଆସୁଛି, ତେବେ ବିବାହ ପୂର୍ବରୁ ଏପରି ସମସ୍ୟାର ସମାଧାନ କରି ନେବା ଉଚିତ୍ । ପ୍ରକୃତରେ ଜଣେ ବିବାହିତା ମହିଳା ଶାଶୁଘର ବିରୋଧରେ ଅଭିଯୋଗ କରିଥିଲେ । ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ବିବାହ ପରେ ତାଙ୍କୁ ଏକ ମାସ ପର୍ଯ୍ୟନ୍ତ ଭଲ ବ୍ୟବହାର କରାଯାଇଥିଲା, କିନ୍ତୁ ଏହା ପରେ ସେମାନେ ତାଙ୍କୁ ଚାକରାଣୀ ଭଳି ବ୍ୟବହାର କରିବା ଆରମ୍ଭ କରିଥିଲେ ।
ପତ୍ନୀ ଏହା ମଧ୍ୟ ଦାବି କରିଛନ୍ତି ଯେ ବିବାହର ଏକ ମାସ ପରେ ଶାଶୁ ଓ ସ୍ୱାମୀ ଚାରି ଚକିଆ ଯାନ କିଣିବା ପାଇଁ ତାଙ୍କ ପିତାଙ୍କଠାରୁ 4 ଲକ୍ଷ ଟଙ୍କା ମାଗିଥିଲେ । ପତ୍ନୀ ଅଭିଯୋଗ କରିଛନ୍ତି ଯେ ଏହା ପରେ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ ।

ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ଧାରା 498A ବ୍ୟତୀତ ଧାରା 323 (ସ୍ୱେଚ୍ଛାକୃତ ଭାବେ ଆଘାତ କରିବା), ଆଇପିସିର 504 (ଉଦ୍ଦେଶ୍ୟମୂଳକ ଅପମାନ) ଏବଂ 506 (ଅପରାଧିକ ଧମକ) ମାମଲା ରୁଜୁ କରିଥିଲେ । ଏହା ପରେ ମହିଳାଙ୍କ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ପରିବାର ଲୋକ ଏହି ମାମଲାକୁ ଖାରଜ କରିବକାକୁ ହାଇକୋର୍ଟରେ ଆବେଦନ କରିଥିଲେ ।

ପୀଡିତାଙ୍କ ପରିବାର କୋର୍ଟଙ୍କୁ କହିଛନ୍ତି ଯେ ମହିଳା ଜଣକ ପୂର୍ବରୁ ଅନ୍ୟ ଜଣେ ପୁରୁଷଙ୍କୁ ମଧ୍ୟ ବିବାହ କରିଥିଲେ । ମହିଳା ଜଣକ ସେହି ପରିବାରର ସଦସ୍ୟଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ଯେଉଁଥିରେ କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

ଏହା ଉପରେ କୋର୍ଟ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗରୁ ଏହା ଆକଳନ କରାଯାଇପାରିବ ନାହିଁ ଯେ ମହିଳା ଜଣକ ଅଭିଯୋଗ କରି ଟଙ୍କା ହଡ଼ପ କରିବାର ଉଦ୍ଦେଶ୍ୟ ରଖିଛନ୍ତି । ସ୍ୱାମୀଙ୍କ ଦ୍ୱାରା ଏପରି ଯୁକ୍ତି ତାଙ୍କ ଦ୍ୱାରା ପ୍ରମାଣିତ କରିବାକୁ ପଡ଼ିବ । ଅଦାଲତ ଗୁରୁତ୍ୱାରୋପ କରିଛନ୍ତି ଯେ କେବଳ ମାନସିକ ଏବଂ ଶାରୀରିକ ନିର୍ଯାତନା ଶବ୍ଦର ବ୍ୟବହାର ଭାରତୀୟ ଦଣ୍ଡବିଧି ଆଇନର ଧାରା 498A ପାଇଁ ପର୍ଯ୍ୟାପ୍ତ ନୁହେଁ, ଯେ ପର୍ଯ୍ୟନ୍ତ ଏହିପରି କାର୍ଯ୍ୟର ବର୍ଣ୍ଣନା କରାଯାଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+