Get Updates
Get notified of breaking news, exclusive insights, and must-see stories!

କୁତବ ମୀନାରରେ ମନ୍ଦିର ନିର୍ମାଣକୁ ASI ର ବିରୋଧ, ସଂରକ୍ଷିତ ସଂରଚନାରେ ହୋଇ ପାରିବ ନାହିଁ ପରିବର୍ତ୍ତନ

କୁତବ ମୀନାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ସ୍ପଷ୍ଟ କରିଛି ଯେ ଏହି ସଂରକ୍ଷିତ ସ୍ମାରକୀର ସଂରଚନାରେ ପରିବର୍ତ୍ତନ ହୋଇପାରିବ ନାହିଁ ।

ନୂଆଦିଲ୍ଲୀ : କୁତବ ମୀନାରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ସ୍ପଷ୍ଟ କରିଛି ଯେ ଏହି ସଂରକ୍ଷିତ ସ୍ମାରକୀର ସଂରଚନାରେ ପରିବର୍ତ୍ତନ ହୋଇପାରିବ ନାହିଁ । ମଙ୍ଗଳବାର ଦିନ ଏଏସଆଇ ଦିଲ୍ଲୀର ସାକେତ କୋର୍ଟରେ କୁତବ ମୀନାର ମାମଲାରେ ନିଜର ଜବାବ ଦାଖଲ କରିଛି ଏବଂ କୁତବ ମିନୀର ସ୍ଥାନରେ ଥିବା ମନ୍ଦିରକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଆବେଦନକୁ ବିରୋଧ କରିଛି ।

Qutub Minar

ଉଲ୍ଲେଖନୀୟ ବିଷୟ ହେଉଛି, ଚଳିତ ମାସ ଆରମ୍ଭରେ ମହାକାଳ ମାନବ ସେବା ଏବଂ ଅନ୍ୟ ଦକ୍ଷିଣପନ୍ଥୀ ସଂଗଠନର କାର୍ଯ୍ୟକର୍ତ୍ତାମାନେ ପୋଲିସ ଉପସ୍ଥିତିରେ କୁତବ ମୀନାରରେ ବିରୋଧ ପ୍ରଦର୍ଶନ କରିଥିଲେ । ସେମାନଙ୍କର ଦାବି ଥିଲା ଯେ କୁତବ ମୀନାର ନାମକୁ 'ବିଷ୍ଣୁ ସ୍ତମ୍ଭ'ରେ ପରିବର୍ତ୍ତନ କରାଯାଉ ।
ସାକେତ କୋର୍ଟରେ ଦାଖଲ କରିଥିବା ଉତ୍ତରରେ ଏଏସଆଇ କହିଛି ଯେ କୁତବ ମୀନାର 1914 ମସିହାରୁ ସଂରକ୍ଷିତ ସ୍ମାରକୀ ଅଟେ ଏବଂ ଏହାର ସଂରଚନା ବର୍ତ୍ତମାନ ପରିବର୍ତ୍ତନ ହୋଇପାରିବ ନାହିଁ । ଯେଉଁ ସମୟରେ କୁତବ ମୀନାର କୁ 'ସଂରକ୍ଷିତ ସ୍ମାରକୀ' ମାନ୍ୟତା ଦିଆଯାଇଥିଲା, ସେଠାରେ କୌଣସି ପ୍ରକାରର ପୂଜାପାଠ କରିବାର ଅଭ୍ୟାସ ନଥିଲା, ତେଣୁ ଏହି ସ୍ମାରକୀ ଭିତରେ ପୂଜାପାଠର ପୁନରୁତ୍ଥାନକୁ ଅନୁମତି ଦିଆଯାଇପାରିବ ନାହିଁ ।'

ଏଏସଆଇ କହିଛି, "ହିନ୍ଦୁ ଆବେଦନକାରୀଙ୍କ ଆବେଦନ ଆଇନଗତ ଭାବେ ଗ୍ରହଣୀୟ ନୁହେଁ । କୁତବ ମାନୀର ନିର୍ମାଣ ପାଇଁ ପୁରୁଣା ମନ୍ଦିର ଭାଙ୍ଗିବାର ଦାବି ଐତିହାସିକ ତଥ୍ୟର ବିଷୟ । କୁତବ ମୀନାର କମ୍ପ୍ଲେକ୍ସ ଏକ ଜୀବନ୍ତ ସ୍ମାରକୀ, ଯାହା 1914 ରୁ ସଂରକ୍ଷିତ ହୋଇ ରହିଛି । ଏହି ପରିସରରେ କାହାର ଉପାସନା କରିବାର ଅଧିକାର ନାହିଁ ଏବଂ ଆମେ ଏହାକୁ ଅନୁମତି ମଧ୍ୟ ଦେଇ ପାରିବୁ ନାହିଁ ।

ଆପଣଙ୍କୁ କହି ରଖୁଛୁ ASI ର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ମଧ୍ୟ ଦାବି କରିଛନ୍ତି ଯେ କୁତବ ମୀନାର କୁତବ ଉଦ୍ଦ-ଦିନ୍ ଆଇବାକ୍ ନୁହେଁ, ବରଂ ସୂର୍ଯ୍ୟଙ୍କ ଦିଗ ଅଧ୍ୟୟନ ପାଇଁ ରାଜା ବିକ୍ରମଦିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହା ପରେ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+