କାର୍ଯ୍ୟଭାର ନେଲେ ଅଶ୍ୱିନୀ ବୈଷ୍ଣବ ଓ ଅନୁରାଗ ଠାକୁର
ମୋଦୀ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇବା ପରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ନୂଆଦିଲ୍ଲୀ : ମୋଦୀ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇବା ପରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦାୟିତ୍ୱ ନେବାର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି, ଆହୁରି ଉନ୍ନତି କରିବ ଭାରତୀୟ ରେଲୱେ । କିଭଳି ସମସ୍ତ ଲୋକଙ୍କୁ ସୁବିଧା ମିଳିବ ସେ ଦିଗରେ କାମ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଭିଜନରେ ରହିଛି ଏହି ବିଭାଗ । ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସେ । ଅଶ୍ୱିନୀ କହିଛନ୍ତି ଯେ, 'ରେଳ ମନ୍ତ୍ରାଳୟକୁ ନେଇ ମୋଦୀଙ୍କ ବଡ଼ ଭିଜନ ରହିଛି । ମୋଦୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବି ।'

ତେବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀଙ୍କୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । 2019୯ରେ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ପ୍ରଥମ ଥର ସାଂସଦ ହୋଇଥିବା ବେଳେ ପ୍ରଥମ ଥର କ୍ୟାବିନେଟରେ ମଧ୍ୟ ସାମିଲ ହୋଇଛନ୍ତି ।
Delhi: Ashwini Vaishnaw takes charge as the new Minister of Railways. pic.twitter.com/obGaJ5tWRK
— ANI (@ANI) July 8, 2021
ସେହିଭଳି ଅନୁରାଗ ଠାକୁର ସୂଚନା ଓ ପ୍ରସାରଣ ଏବଂ ଯୁବ ଓ କ୍ରୀଡ଼ା ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି । ପ୍ରଧାନମନ୍ତ୍ରୀ ନୂଆ ଦାୟିତ୍ୱ ଦେଇଥିବାରୁ ଏହାକୁ ସୁଚାରୁରୂପେ ତୁଲାଇବେ ବୋଲି କହିଛନ୍ତି ଅନୁରାଗ । ବିଗତ 7 ବର୍ଷରେ ଭାରତକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ଆଖିଦୃଶିଆ କାମ କରିଛନ୍ତି ।
ଅନ୍ୟପଟେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପାର୍ଟି ଅଫିସରେ ସମସ୍ତ ମନ୍ତ୍ରୀଙ୍କ ସହ ବୈଠକ କରିବେ । ଗତକାଲି ମୋଦି କ୍ୟାବିନେଟରେ ବଡ଼ ପରିବର୍ତ୍ତନ ହୋଇଥିଲା । ରବିଶଙ୍କର ଓ ଜାଭେଦକରଙ୍କ ସମସ୍ତ 12 ମନ୍ତ୍ରୀଙ୍କୁ ପଦରୁ ହଟା ଯାଇଥିଲା ।
-
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା












Click it and Unblock the Notifications