For Quick Alerts
Turn On Notification  
For Daily Alerts
Oneindia App Download

ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ

ଗୁଜୁରାଟର ଗାନ୍ଧୀନଗର କୋର୍ଟରୁ ସୋମବାର ଦିନ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ ବଡ଼ ଝଟକା ମିଳିଛି । ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଅଷାରାମକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏବେ ବି ସେ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

|
asaram

ଗାନ୍ଧୀନଗର: ଗୁଜୁରାଟର ଗାନ୍ଧୀନଗର କୋର୍ଟରୁ ସୋମବାର ଦିନ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ ବଡ଼ ଝଟକା ମିଳିଛି । ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଅଷାରାମକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏବେ ବି ସେ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଏହା ବ୍ୟତୀତ ତାଙ୍କ ପୁଅକୁ ମଧ୍ୟ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । 2013 ରେ ଆଶାରାମଙ୍କୁ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ 2018 ରେ ଦଣ୍ଡିତ କରାଯାଇଥିଲା । ସେବେଠାରୁ ସେ ରାଜସ୍ଥାନର ଜେଲରେ ଅଛନ୍ତି । ଏବେ ତାଙ୍କ ବିରୋଧରେ ଆଉ ଏକ ମାମଲା ଚାଲିଛି । ଏହି ମାମଲାର ଅନଲାଇନ୍ ଶୁଣାଣି ଗାନ୍ଧୀନଗର କୋର୍ଟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଶାରାମଙ୍କ ବୟାନ ରେକର୍ଡ କରାଯାଇଥିଲା ।

ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଛି ବୋଲି ଆଶାରାମ କହିଥିଲେ । ଆଶାରାମ କହିଛନ୍ତି ଯେ ମୁଁ ଜାଣିଛି କିଏ ମୋ ବିରୁଦ୍ଧରେ ଷଡଯନ୍ତ୍ର କରିଛି । ଯାହା ବି ଅଭିଯୋଗ ହୋଇଛି ତାହା ସେ ଲୋକଙ୍କ କାରନାମା, ଯେଉଁମାନଙ୍କୁ 12 ବର୍ଷ ପୂର୍ବେ ମୋ ଆଶ୍ରମରୁ ବାହାର କରିଦିଆଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ ସୁରଟର ଜଣେ ମହିଳା ମଧ୍ୟ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିଥିଲେ । 2014 ପରଠାରୁ ଏହି ମାମଲା ଗାନ୍ଧୀନଗର ଜିଲ୍ଲା କୋର୍ଟରେ ବିଚାରାଧୀନ ଥିଲା । ସ୍ୱତନ୍ତ୍ର ଓକିଲ ଆର.ସି କୋଡେକରଙ୍କ କହିବାନୁସାରେ, ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଜଜ ଡି.କେ ସୋନିକଙ୍କୁ CrPC ର ଧାରା 313 ଅନୁଯାୟୀ ପଚରାଉଚରା କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Asaram Bapu convicted Of Rape By Gujarat Gandhinagar court In rape Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X