ଉତ୍ତରପ୍ରଦେଶରେ 7,500 ମଦରସା ଅଣମାନ୍ୟତା ପ୍ରାପ୍ତ, ନଭେମ୍ବର 15 ରେ ପଠାଯିବ ରିପୋର୍ଟ
ଉତ୍ତରପ୍ରଦେଶ ମଦରସା ଶିକ୍ଷା ବୋର୍ଡର ସଭାପତି ଇଫ୍ତିଖାର ଅହମ୍ମଦ ଜାଭେଦ୍ କହିଛନ୍ତି ଯେ ରାଜ୍ୟରେ ମଦରସା ଉପରେ ସର୍ଭେ ଶେଷ ହୋଇଛି । ପ୍ରାୟ 7,500 ଅଣ ମାନ୍ୟତା ପ୍ରାପ୍ତ ମଦରସା ଚିହ୍ନଟ କରାଯାଇଛି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶ ମଦରସା ଶିକ୍ଷା ବୋର୍ଡର ସଭାପତି ଇଫ୍ତିଖାର ଅହମ୍ମଦ ଜାଭେଦ୍ କହିଛନ୍ତି ଯେ ରାଜ୍ୟରେ ମଦରସା ଉପରେ ସର୍ଭେ ଶେଷ ହୋଇଛି । ପ୍ରାୟ 7,500 ଅଣ ମାନ୍ୟତା ପ୍ରାପ୍ତ ମଦରସା ଚିହ୍ନଟ କରାଯାଇଛି । ପିଲାମାନଙ୍କୁ ଉନ୍ନତ ଶିକ୍ଷା ଦେବା ପାଇଁ ଏହି ସର୍ଭେ କରାଯାଇଥିଲା । ସେ କହିଛନ୍ତି ଯେ ରାଜ୍ୟବ୍ୟାପୀ ସର୍ଭେରେ 7,500 ମଦରସାରେ 16 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷିତ ହୋଇଥିଲେ । ଏହି ମଦରସାଗୁଡ଼ିକରେ ପ୍ରାୟ 3000 ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ଅଛନ୍ତି ।

ଉତ୍ତରପ୍ରଦେଶ ମଦରସା ଶିକ୍ଷା ବୋର୍ଡ ଅନୁଯାୟୀ, ରାଜ୍ୟରେ 16,513 ସ୍ୱୀକୃତିପ୍ରାପ୍ତ ମଦରସା ଅଛି, ଯେଉଁଥିରେ ପ୍ରାୟ 20 ଲକ୍ଷ ଛାତ୍ର ଅଧ୍ୟୟନ କରୁଛନ୍ତି । ସେମାନଙ୍କ ମଧ୍ୟରୁ 560 ଜଣ ଉତ୍ତରପ୍ରଦେଶ ସରକାରଙ୍କଠାରୁ ଅନୁଦାନ ନେଇଥାନ୍ତି ।
ସୂଚନାଯୋଗ୍ୟ, 10 ସେପ୍ଟେମ୍ବର 2022 ରେ ଉତ୍ତରପ୍ରଦେଶରେ ମଦରସା ସର୍ଭେ ଆରମ୍ଭ ହୋଇଥିଲା । ଅଣ ମାନ୍ୟତା ପ୍ରାପ୍ତ ମଦରସା ଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କ ପାଣ୍ଠି, ଆୟର ଉତ୍ସ, ସେମାନଙ୍କୁ ପରିଚାଳନା କରୁଥିବା ସଂଗଠନ ଏବଂ ସେମାନଙ୍କ ପାଠ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ସର୍ଭେ କରାଯାଇଥିଲା ।
ଆହୁରି କେତେକ ସୂଚନା ମିଳୁଥିବାରି ଏହି ଅଣ ମାନ୍ୟତାପ୍ରାପ୍ତ ମଦରସା ସଂଖ୍ୟା ବୃଦ୍ଧି ପାଇବ ବୋଲି ଉତ୍ତରପ୍ରଦେଶ ମଦରସା ଶିକ୍ଷା ବୋର୍ଡର ସଭାପତି ଇପ୍ତିଖାର ଅହମ୍ମଦ ଜାଭେଦ୍ କହିଛନ୍ତି । ଆସନ୍ତା କିଛି ଦିନ ପାଇଁ ବାହରାଇଚ୍ ଏବଂ ଗୋଣ୍ଡାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏହି ସର୍ଭେ ଜାରି ରହିବ ବୋଲି ଆଶା କରାଯାଉଛି । ସେହି ଅଞ୍ଚଳରେ କର୍ମଚାରୀମାନେ ସର୍ଭେ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ମାଗିଛନ୍ତି । ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ସେଠାରେ ସର୍ଭେ ବିଳମ୍ବ ହୋଇଛି ।
ଇଫ୍ତିଖାର ଅହମ୍ମଦ ଜାଭେଦ୍ କହିଛନ୍ତି, "ଆମେ ଏହି 7,500 ମଦରସା କୁ ଶୀଘ୍ର ମାନ୍ୟତା ଦେବାକୁ ଚେଷ୍ଟା କରିବୁ । ଆମେ ପ୍ରାୟ 16 ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହୁଁଛୁ । ଆମେ ଚାହୁଁନାହୁଁ ଏହି ମଦରସାଗୁଡ଼ିକର ଛାତ୍ରମାନେ ଛୋଟ-ମୋଟ କାମ କରନ୍ତୁ । ଆମେ ଛାତ୍ରମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚାହୁଁଛୁ ।"
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications