କମିଲା ଦୈନିକ ସଂକ୍ରମଣ : ଗତ 24 ଘଣ୍ଚାରେ 4575 ନୂଆ ରୋଗୀ ଚିହ୍ନଟ, 145 ରୋଗୀଙ୍କ ମୃତ୍ୟୁ

ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 4575 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ 145 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଗତକାଲି ଦେଶରେ କରୋନା ଦୈନିକ ମାମଲାରେ ବଡ଼ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ କରୋନା ମାମଲା 4 ହଜାରରୁ ସାମାନ୍ୟ ଅଧିକ ରହିଛି । ଏଥିସହିତ ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଥିବା କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।

CoronaVirus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 4575 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ 145 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 75 ହଜାର 883 କୁ ବୃଦ୍ଧି ପାଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା 5 ଲକ୍ଷ 15 ହଜାର 355 ରେ ପହଞ୍ଚିଛି ।

ସେହିପରି ଦେଶରେ ଗତକାଲି ମୋଟ 7 ହଜାର 416 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାପରେ ମୋଟ ସୁସ୍ଥ ସଂଖ୍ୟା 4 କୋଟି 24 ଲକ୍ଷ 13 ହଜାର 566 ହୋଇଛି । ବର୍ତ୍ତମାନ ଦେଶରେ 46 ହଜାର 962 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି ।

କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 179 କୋଟି 33 ଲକ୍ଷ 99 ହଜାର 555 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 18 ଲକ୍ଷ 69 ହଜାର103େ ଡୋଜ୍ ଟିକା ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+