କମିଲା କରୋନାଜନିତ ମୃତ୍ୟୁ ସଂଖ୍ୟା : ଗତ 24 ଘଣ୍ଟାରେ 4362 ରୋଗୀ ଚିହ୍ନଟ, 66 ମୃତ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 4362 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ 66 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଗତକାଲି ଦେଶରେ କରୋନା ଦୈନିକ ମାମଲାରେ ବଡ଼ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ କରୋନା ମାମଲା 5 ହଜାର ତଳକୁ ଖସିଛି । ଏଥିସହିତ ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଥିବା କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 4362 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ 66 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 67 ହଜାର 315 କୁ ବୃଦ୍ଧି ପାଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା 5 ଲକ୍ଷ 15 ହଜାର 102 ରେ ପହଞ୍ଚିଛି ।
ସେହିପରି ଦେଶରେ ଗତକାଲି ମୋଟ 9 ହଜାର 620 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାପରେ ମୋଟ ସୁସ୍ଥ ସଂଖ୍ୟା 4 କୋଟି 23 ଲକ୍ଷ 98 ହଜାର 95 ହୋଇଛି । ବର୍ତ୍ତମାନ ଦେଶରେ 54 ହଜାର 118 ଜଣ କରନା ସକ୍ରୟି ରୋଗୀ ଅଛନ୍ତି ।
କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 178 କୋଟି 90 ଲକ୍ଷ 61 ହଜାର 887 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 4 ଲକ୍ଷ 80 ହଜାର 144 ଡୋଜ୍ ଟିକା ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।












Click it and Unblock the Notifications