କମିଲା ଦୈନିକ ସଂକ୍ରମଣ : ଗତ 24 ଘଣ୍ଚାରେ 3993 ନୂଆ ରୋଗୀ ଚିହ୍ନଟ, 108 ରୋଗୀଙ୍କ ମୃତ୍ୟୁ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 3993 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ 108 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଗତକାଲି ଦେଶରେ କରୋନା ଦୈନିକ ମାମଲାରେ ବଡ଼ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ କରୋନା ମାମଲା 4 ହଜାର ତଳକୁ ଖସିଛି । ଏଥିସହିତ ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଥିବା କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 3993 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଏହି ସମୟରେ 108 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 71 ହଜାର 308 କୁ ବୃଦ୍ଧି ପାଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା 5 ଲକ୍ଷ 15 ହଜାର 210 ରେ ପହଞ୍ଚିଛି ।
ସେହିପରି ଦେଶରେ ଗତକାଲି ମୋଟ 8 ହଜାର 055 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାପରେ ମୋଟ ସୁସ୍ଥ ସଂଖ୍ୟା 4 କୋଟି 24 ଲକ୍ଷ 6 ହଜାର 150 ହୋଇଛି । ବର୍ତ୍ତମାନ ଦେଶରେ 49 ହଜାର 948 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି ।
କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ଏଯାବତ୍ ମୋଟ 179 କୋଟି 13 ଲକ୍ଷ 41ହଜାର 295 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି 21 ଲକ୍ଷ 34 ହଜାର 463 ଡୋଜ୍ ଟିକା ଦିଆଯାଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।












Click it and Unblock the Notifications