କମିଲା କରୋନା ଦୈନିକ ସଂକ୍ରମଣ ମାମଲା : ଗତ 24 ଘଣ୍ଟାରେ 2876 ରୋଗୀ ଚିହ୍ନଟ, 98 ମୃତ
ଗତ 24 ଘଣ୍ଟାରେ ଦେଶରେ ମୋଟ 98 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 98 ହଜାର 938 ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଦୈନିକ ସଂକ୍ରମଣ ମାମଲାରେ ଆଖିଦୃଶିଆ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ ସାରା ଦେଶରୋ ମୋଟ 2876 ଝଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ମୋଟ 98 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 29 ଲକ୍ଷ 98 ହଜାର 938 ରେ ପହଞ୍ଚିଛି ।
ସେହିପରି ଦେଶରେ ଏହି ସମୟରେ ମୋଟ 3884 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 24 କ୍ଷ 50 ହଜାର 55 କୁ ବୃଦ୍ଧି ପାଇଛି । ନୂଆ ମୃତକଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 5 ଲକ୍ଷ 16 ହଜାର 72 ରୋଗୀଙ୍କ ପ୍ରାଣହାନୀ ହୋଇଛି । ଏହା ସହିତ ବର୍ତ୍ତମାନ ଦେଶରେ 32 ହଜାର 811 ସକ୍ରିୟ ରୋଗୀ ଅଛନ୍ତି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 180 ୋଟି 60 ଲକ୍ଷ 93 ହଜାର 107 ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତକାଲି 18 ଲକ୍ଷ 92 ହଜାର 143 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications