29 ହଜାରକୁ ଖସିଲା କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା, ଗତ 24 ଘଣ୍ଟାରେ 149 ଜଣଙ୍କ ମୃତ୍ୟୁ
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ମୋଟ 149 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 4 ହଜାର 005 ରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଦୈନିକ ସଂକ୍ରମଣ ମାମଲାରେ ଆଖିଦୃଶିଆ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ ସାରା ଦେଶରୋ ମୋଟ 2528 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ମୋଟ 149 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 30 ଲକ୍ଷ 4 ହଜାର 005 ରେ ପହଞ୍ଚିଛି ।
ସେହିପରି ଦେଶରେ ଏହି ସମୟରେ ମୋଟ 3997 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 24 ଲକ୍ଷ 58 ହଜାର 543 କୁ ବୃଦ୍ଧି ପାଇଛି । ନୂଆ ମୃତକଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 5 ଲକ୍ଷ 16 ହଜାର 281 ରୋଗୀଙ୍କ ପ୍ରାଣହାନୀ ହୋଇଛି । ଏହା ସହିତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 29 କହଜାର 181 କୁ ଖସି ଆସିଛି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 180 କୋଟି 92 ଲକ୍ଷ 94 ହଜାର 588 ଡୋଜ୍ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତକାଲି 15 ଲକ୍ଷ 77 ହଜାର 783 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications