Get Updates
Get notified of breaking news, exclusive insights, and must-see stories!

ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ଆସାମରେ 14 ଜଣଙ୍କର ମୃତ୍ୟୁ, 2 ଦିନରେ 12000 ଘର ନଷ୍ଟ

ପ୍ରବଳ ବର୍ଷା ଓ ଝଡ଼ ଆସାମରେ 14 ଲୋକଙ୍କ ପ୍ରାଣ ନେଇଛି । ଗତ ଦୁଇ ଦିନରେ ପ୍ରବଳ ବର୍ଷା ହେତୁ ରାଜ୍ୟରେ 14 ଜଣ ପ୍ରାଣ ହରାଇଥିବାବେଳେ 12000 ଲୋକଙ୍କ ଘର ନଷ୍ଟ ହୋଇଛି ।

ଆସାମ : ପ୍ରବଳ ବର୍ଷା ଓ ଝଡ଼ ଆସାମରେ 14 ଲୋକଙ୍କ ପ୍ରାଣ ନେଇଛି । ଗତ ଦୁଇ ଦିନରେ ପ୍ରବଳ ବର୍ଷା ହେତୁ ରାଜ୍ୟରେ 14 ଜଣ ପ୍ରାଣ ହରାଇଥିବାବେଳେ 12000 ଲୋକଙ୍କ ଘର ନଷ୍ଟ ହୋଇଛି । ରାଜ୍ୟ ବିପର୍ଯ୍ୟୟ ଏବଂ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ଦିନ ଝଡ଼ର ପ୍ରଥମ ଦିନରେ 12 ଟି ଜିଲ୍ଲାର 21,000 ଲୋକ ପ୍ରଭାବିତ ହୋଇଥିଲେ ।

assam flood

ଆସାମ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ଦିବ୍ରୁଗଡ଼ରେ 4 ଜଣ, ବାରପେଟାରେ ତିନି ଜଣ ଏବଂ ଗୋଲପାରାଠାରେ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ଗୋଲପାରା ଠାରେ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଡିବ୍ରୁଗଡ଼ ଏବଂ ବାରପେଟାରେ ଝଡ଼ ଯୋଗୁଁ ପ୍ରାଣ ହରାଇଛନ୍ତି । ଶନିବାର ଦିନ ବାଖଶାରେ 2 ଜଣ ପ୍ରାଣ ହରାଇଥିବାବେଳେ ଦିବ୍ରୁଗଡରେ 1 ଜଣ ଏବଂ ତିନସୁକିୟା ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଝଡ଼ ଯୋଗୁଁ ଏହି ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି । ଗଛ ପଡ଼ିବା ଯୋଗୁଁ ବାଖଶା ଏବଂ ତିନସୁକିୟାରେ ଲୋକଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟ ବିପର୍ଯ୍ୟୟ ଏବଂ ପରିଚାଳନା ବିଭାଗ କହିଛି ଯେ ଶୁକ୍ରବାର ଦିନ ପ୍ରବଳ ବର୍ଷା ହେତୁ 7344 ଘର ନଷ୍ଟ ହୋଇଥିବାବେଳେ ଶନିବାର 4768 ଟି କ୍ଷତିଗ୍ରସ୍ତ ହୋଇଛି । ଆସାମ ବ୍ୟତୀତ ଅରୁଣାଚଳ ପ୍ରଦେଶ, ମେଘାଳୟରେ ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ସାଧାରଣ ଜୀବନ ବ୍ୟାହତ ହୋଇଛି । ଚଳିତ ମାସ ଆରମ୍ଭରୁ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+