Get Updates
Get notified of breaking news, exclusive insights, and must-see stories!

ଦେଶର 16 ଟି ରାଜ୍ୟରେ 1270 ଟି ଓମିକ୍ରନ୍ ମାମଲା, ଜାଣନ୍ତୁ କେଉଁ ରାଜ୍ୟରେ କେତେ ରୋଗୀ ଚିହ୍ନଟ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 1270 ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି । ଯେଉଁଥିରୁ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି । କେରଳ ତୃତୀୟ ସ୍ଥାନରେ ରହିଛି ।

ନୂଆଦିଲ୍ଲୀ : ପୁଣିଥରେ ଦେଶରେ କରୋନା ଭାଇରସର ସଂକ୍ରମଣ ଏକ ଉଦ୍ବେଗଜନକ ଗତିରେ ବଢିବାରେ ଲାଗିଛି। ଏଥର ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । କରୋନା ସହିତ ଦେଶରେ ଓମିକ୍ରୋନ୍ ର ମାମଲା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 1270 ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି । ଯେଉଁଥିରୁ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ମାମଲା ରହିଛି । କେରଳ ତୃତୀୟ ସ୍ଥାନରେ ରହିଛି । ଚିହ୍ନଟ ରୋଗୀଙ୍କ ମଧ୍ୟରୁ 374 ଜଣ ସୁସ୍ଥ ହୋଇସାରିଛନ୍ତି ।

omicron

ରିପୋର୍ଟ ଅନୁଯାୟୀ, ଦେଶର 16 ଟି ରାଜ୍ୟରେ ଏପର୍ଯ୍ୟନ୍ତ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି ଏବଂ ଏହା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏଥି ମଧ୍ୟରେ ଖବର ରହିଛି ଯେ ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ମଧ୍ୟ ସାମ୍ନାକୁ ଆସିଛି । ମୃତକ ଜଣକ ମହାରାଷ୍ଟ୍ର ପୁଣେର 52 ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି । ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ୍ ମାମଲା ବିଷୟରେ ଆଲୋଚନା କଲେ ମହାରାଷ୍ଟ୍ର ସର୍ବାଧିକ 450 ଟି ମାମଲା ରିପୋର୍ଟ କରିଛି, ତା'ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ 320 ଟି ମାମଲା ରହିଛି ।

ସେହିପରି କେରଳରେ 103, ଗୁଜରାଟରେ 97, ରାଜସ୍ଥାନରେ 69, ତେଲେଙ୍ଗାନାରେ 62, ତାମିଲନାଡୁରେ 46, କର୍ଣ୍ଣାଟକରେ 34, ଆନ୍ଧ୍ରପ୍ରଦେଶରେ 16, ହରିୟାଣା ଓ ଓଡ଼ିଶାରେ 14 ଲେଖାଏଁ, ପଶ୍ଚିମବଙ୍ଗରେ 11, ମଧ୍ୟପ୍ରଦେଶରେ 9, ଉତ୍ତରାଖଣ୍ଡରେ 4, ଚଣ୍ଡିଗଡ଼ରେ ଏବଂ ଜାମ୍ମୁ ଓ କାଶ୍ମୀରରେ 3 ଜଣ ଲେଖାଏଁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+