ଦିଲ୍ଲୀରେ ଓମିକ୍ରୋନର ବିପଦ, ପୁଣି ଚିହ୍ନଟ ହେଲା 10 ଟି ନୂଆ ମାମଲା

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀରେ ଓମିକ୍ରନର 10 ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପରେ ମୋଟ ଓମିକ୍ରନ୍ ମାମଲା 20 ହୋଇଛି ।

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନାର ନୂତନ ଓମିକ୍ରନ୍ ଭାରିଆଣ୍ଟର ବିପଦ ବର୍ତ୍ତମାନ ଭାରତରେ ମଧ୍ୟ ବୃଦ୍ଧି ପାଉଛି । ରାଜଧାନୀ ଦିଲ୍ଲୀରେ ଏହା ବିପଦ ଅବସ୍ଥା ମଧ୍ୟ ଦୃଶ୍ୟମାନ ହେଉଛି ।

omicron

ଶୁକ୍ରବାର (ଡିସେମ୍ବର 17) ଦିଲ୍ଲୀରେ 10 ଟି ନୂଆ କରୋନା ଭାରିଆଣ୍ଟ ମାମଲା ଦେଖିବାକୁ ମିଳିଛି । ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀରେ ଓମିକ୍ରନର 10 ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପରେ ମୋଟ ଓମିକ୍ରନ୍ ମାମଲା 20 ହୋଇଛି । ଏହି 20 ଜଣଙ୍କ ମଧ୍ୟରୁ ସମୁଦାୟ 10 ଜଣଙ୍କୁ ଡିସଚାର୍ଜ କରାଯାଇଛି ।

ଭାରତରେ ଓମିକ୍ରନର ପ୍ରଥମ ମାମଲା କର୍ଣ୍ଣାଟକରେ 2 ଡିସେମ୍ବରରେ ଆସିଥିଲା । ସେପ୍ଟେମ୍ବର 2 ରୁ ଡିସେମ୍ବର 17 ତାରିଖ ପର୍ଯ୍ୟନ୍ତ, 17 ଟି ରାଜ୍ୟରେ ଓମିକ୍ରନ୍ ମାମଲା ଦେଖିବାକୁ ମିଳିଛି । ସମଗ୍ର ଦେଶରେ ଓମିକ୍ରନର ପ୍ରାୟ 80 ଟି ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଦିଲ୍ଲୀରେ 20, ମହାରାଷ୍ଟ୍ରରେ 32 ଏବଂ ରାଜସ୍ଥାନରେ 17 ଜଣ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+