ଅରୁଣାଚଳରେ ସେନା ହେଲିକପ୍ଟର ଦୁର୍ଘଟଣା, 2 ମୃତ ଦେହ ଉଦ୍ଧାର
ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ସକାଳେ ହୋଇଥିବା ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାରେ 2 ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହା ସହିତ ଅନ୍ୟ ତିନି ଜଣଙ୍କ ସନ୍ଧାନ ମିଳି ପାରି ନାହିଁ ।
ଇଟାନଗର : ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ସକାଳେ ହୋଇଥିବା ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାରେ 2 ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏହା ସହିତ ଅନ୍ୟ ତିନି ଜଣଙ୍କ ସନ୍ଧାନ ମିଳି ପାରି ନାହିଁ ।

ସୂଚନାନୁସାରେ, ଏହି ହେଲିକପ୍ଟରଟି ସିଆଙ୍ଗ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟୁଟିଂ ମୁଖ୍ୟାଳୟଠାରୁ ଏହି ସ୍ଥାନ 25 କିଲୋମିଟର ଦୂରରେ ଅବସ୍ଥିତ । ଗୌହାଟି ପ୍ରତିରକ୍ଷା ମୁଖପାତ୍ରଙ୍କ ତରଫରୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ ହେଲିକପ୍ଟରଟି ଟୁଟିଂ ଠାରୁ ପ୍ରାୟ 25 କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଘଟିଥିବା ସ୍ଥାନ ସଡକ ଦ୍ୱାରା ସଂଯୁକ୍ତ ନୁହେଁ । ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଦୁର୍ଘଟଣା ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ସେନା କହିଛି । ତୃତୀୟ ଶରୀରକୁ ମଧ୍ୟ ପୁନରୁଦ୍ଧାର ପାଇଁ ପ୍ରୟାସ ଚାଲିଛି ।
ଏହି ହେଲିକପ୍ଟରଟି ଭାରତୀୟ ସେନା ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ତେବେ ଦୁର୍ଘଟଣାର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଯେଉଁଠାରେ ଦୁର୍ଘଟଣା ଘଟିଛି, ଚାରିଆଡେ ଘଞ୍ଚ ଜଙ୍ଗଲ ଅଛି, ରାସ୍ତା ନାହିଁ । ଏହି କରାଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।












Click it and Unblock the Notifications