ଜାମ୍ମୁ କାଶ୍ମୀରର ପୁଞ୍ଚରେ ବଡ ଦୁର୍ଘଟଣା, ସେନା ଗାଡ଼ିରେ ନିଆଁ ଲାଗି 4 ଯବାନ ସହିଦ
ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୁଞ୍ଚ ଅଞ୍ଚଳରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଗାଡିରେ ନିଆଁ ଲାଗିଯିବା ଫଳରେ 4 ଜଣ ଯବାନ ସହିଦ ହୋଇଯାଇଛନ୍ତି । ଗାଡିରେ ହଠାତ୍ ନିଆଁ ଲାଗିଯିବାରୁ ଚାରିଜଣ ସେନା କର୍ମଚାରୀ ପ୍ରାଣ ହରାଇଛନ୍ତି । ଏଥିସହ ଅନେକ ସେନା କର୍ମଚାରୀ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି ।

ଭାଟା ଧୁରିଆନ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସୂତ୍ରରୁ ପ୍ରକାଶ ଯେ ବଜ୍ରପାତ ଯୋଗୁଁ ଗାଡିରେ ନିଆଁ ଲାଗିଯାଇଥିଲା । ସେନା ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ।
#BreakingNews | Casualties reported as an army vehicle caught fire in the #Poonch area of Jammu & Kashmir pic.twitter.com/DBa8z6QXPw
— Rahul Sisodia (@Sisodia19Rahul) April 20, 2023
ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିୁଁ । ନିଆଁ ଲାଗିବା ମାତ୍ରେ ସ୍ଥାନୀୟ ଲୋକମାନେ ସେନା କର୍ମଚାରୀଙ୍କୁ ସାହାଯ୍ୟ କରିଥିଲେ । କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ ଚାରି ଜଣ ଯବାନ ଫସି ଯାଇଥିଲେ ।












Click it and Unblock the Notifications