ଲଦାଖର ଶ୍ୟୋକ ନଦୀରେ ଖସିଲା ସେନା ଗାଡ଼ି, 7 ଯବାନ ସହିଦ
ସେନାର 26 ସୈନିକଙ୍କୁ ନେଇ ଯାଉଥିବା ଗାଡି ଶ୍ୟୋକ ନଦୀରେ ଖସିପଡିଛି । ଏହି ଦୁର୍ଘଟଣାରେ 7 ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଅନେକ ଯବାନ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ : ଲଦାଖର ତୁର୍ତ୍ତକ ସେକ୍ଟରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସେନାର 26 ସୈନିକଙ୍କୁ ନେଇ ଯାଉଥିବା ଗାଡି ଶ୍ୟୋକ ନଦୀରେ ଖସିପଡିଛି । ଏହି ଦୁର୍ଘଟଣାରେ 7 ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଅନେକ ଯବାନ ଆହତ ହୋଇଛନ୍ତି ।

ଲଦାଖର ତର୍ତ୍ତୁକ ସେକ୍ଟରରେ ସେନା ଗାଡି ଶ୍ୟୋକ ନଦା ଦେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଏହି ଦୁର୍ଘଟଣାରେ 7 ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ଅନେକ ସୈନିକ ଗୁରୁତର ଆହତ ହୋଇଛନ୍ତି । ଆହତ ସୈନିକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ବାୟୁସେନା ସହାୟତା ନିଆଯାଉଛି । ଯେଉଁ ଯବାନଙ୍କ ଅବସ୍ଥା ଅଧିକ ଗୁରୁତର, ସେମାନଙ୍କୁ ଭାରତୀୟ ବାୟୁସେନା ସହାୟତାରେ ୱେଷ୍ଟର୍ଣ୍ଣ କମାଣ୍ଡକୁ ସ୍ଥାନାନ୍ତରିତ କରାଯାଉଛି । ଭାରତୀୟ ସେନାର କର୍ମଚାରୀମାନେ ପରତାପୁର ରୁ ଆଡଭାନ୍ସ ପୋଷ୍ଟକୁ ଯାଉଥିବାବେଳେ ଶ୍ୟୋକ ନଦୀ ଉପରେ ଏହି ଦୁର୍ଘଟଣା ଘଟିଥିଲା ।












Click it and Unblock the Notifications