Get Updates
Get notified of breaking news, exclusive insights, and must-see stories!

ସେନାରେ ଯୋଗଦେବାକୁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କେଉଁ ମାସରୁ ଆରମ୍ଭ ହେବେ ନିଯୁକ୍ତି

ଭାରତୀୟ ସେନା ଖୁବ୍ ଶୀଘ୍ର ଅଟକି ରହିଥିବା ନିଯୁକ୍ତି ଆରମ୍ଭ କରିବ । ଅଗଷ୍ଟରୁ ଏହା ଆରମ୍ଭ ହୋଇ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି ।

ନୂଆଦିଲ୍ଲୀ : 2020 ଆରମ୍ଭରେ ସାରା ଦେଶରେ କରୋନା ମହାମାରୀ ବ୍ୟାପିବାରୁ ଭାରତୀୟ ସେନାର ନିଯୁକ୍ତି ଉପରେ ପ୍ରଭାବ ପକାଇଲା । ସମସ୍ତ କୋଭିଡ ପ୍ରତିବନ୍ଧକ ଯୋଗୁଁ ସେନାର ନିଯୁକ୍ତି ପ୍ରକ୍ରିୟା ଦୁଇ ବର୍ଷ ଧରି ଅଟକି ରହିଛି । ଏଥିପାଇଁ ଅନେକ ବେକାର ଯୁବକ ମଧ୍ୟ ସାରା ଦେଶରେ ଆନ୍ଦୋଳନ କରିଥିଲେ । ଏହି ପରିଶ୍ରମର ଫଳ ଏବେ ମିଳିବାକୁ ଯାଉଛି । ଲକ୍ଷ ଲକ୍ଷ ଯୁବକ ଯେଉଁମାନେ ସେନାରେ ଯୋଗ ଦେବାକୁ ପ୍ରସ୍ତୁତି ଚଳାଇଥିଲେ ସେମାନଙ୍କ ପାଇଁ ଖୁସି ଖବର ରହିଛି ।

indian army

ସୂଚନାନୁସାରେ, ଭାରତୀୟ ସେନା ଖୁବ୍ ଶୀଘ୍ର ଅଟକି ରହିଥିବା ନିଯୁକ୍ତି ଆରମ୍ଭ କରିବ । ଅଗଷ୍ଟରୁ ଏହା ଆରମ୍ଭ ହୋଇ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି । ଭାରତୀୟ ସେନା ମୁଖ୍ୟାଳୟରୁ ଏଥିପାଇଁ ଏକ ସ୍ୱତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ସେନାର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ସ୍ୱଳ୍ପକାଳୀନ ସେବା ନିଯୁକ୍ତି ପାଇଁ ପ୍ରକ୍ରିୟାକୁ 'ଟୁର୍ ଅଫ୍ ଡ୍ୟୁଟି' ନାମ ଦିଆଯାଇଛି ।

ନିଯୁକ୍ତି କାର୍ଯ୍ୟସୂଚୀ ଜାରି ରହିଥିବାବେଳେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ସାରା ଦେଶରେ ଏହି ନିଯୁକ୍ତି ରାଲି ଅନୁଷ୍ଠିତ ହେବ ବୋଲି ଅଧିକାରୀମାନେ କହିଛନ୍ତି । ଅନ୍ୟପକ୍ଷରେ, ଖବର ଆସୁଥିଲା ଯେ ନିଯୁକ୍ତି ନ ଥିବାରୁ ଭାରତୀୟ ସେନାରେ ସୈନିକମାନଙ୍କର ଅଭାବ ଦେଖାଦେଇଛି, ଯେଉଁଥିପାଇଁ କାର୍ଯ୍ୟ ଭାର ବଢୁଛି । ତେବେ ସାମରିକ ଅଧିକାରୀମାନେ ଏହାକୁ ଅସ୍ୱୀକାର କରି ଆସୁଛନ୍ତି । ସେ କହିଛନ୍ତି ଯେ ସେନାର ସମସ୍ତ ୟୁନିଟ୍ ଭଲ କାମ କରୁଛି ।

4 ବର୍ଷ ପାଇଁ ହେବ ନିଯୁକ୍ତି

ଟୁର୍ ଅଫ୍ ଡ୍ୟୁଟି ଅଧୀନରେ ଯୁବକମାନେ ମାତ୍ର 4 ବର୍ଷ ପାଇଁ ସେନାରେ ନିଯୁକ୍ତ ହେବେ । ଏଥିରେ ସେମାନଙ୍କର 6 ମାସର ତାଲିମ ମଧ୍ୟ ରହିଛି । ଏହା ଅଧିନରେ ରଖାଯାଇଥିବା ଯବାନ ମାନେ ଚାରି ବର୍ଷ ପରେ ସେବା ନିବୃତ୍ତ ହେବେ, ତା'ପରେ ସେମାନଙ୍କ ମଧ୍ୟରୁ 25 ପ୍ରତିଶତ ପୂର୍ଣ୍ଣ ସେବା ପାଇଁ ରଖାଯିବ ।
ସୂଚନାନୁସାରେ, ଅଳ୍ପକାଳୀନ ସେବାରୁ ଆସୁଥିବା ଯାବନମାନଙ୍କର ଦରମା ଏବଂ ପେନ୍‌ସନ୍‌ରେ 4 ବର୍ଷ ଯୋଡାଯିବ ନାହିଁ । ଯେଉଁଥିପାଇଁ ବହୁ ପାଣ୍ଠି ସଞ୍ଚୟ ହେବ । ଭାରତୀୟ ସେନା ଏ ବିଷୟରେ ଆଲୋଚନା କରୁଛନ୍ତି, ଖୁବ ଶୀଘ୍ର ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+