Get Updates
Get notified of breaking news, exclusive insights, and must-see stories!

ଦୁଇଜଣ ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଲେ ଭାରତୀୟ ସେନା

ଅରୁଣାଚଳ ପ୍ରଦେଶରେ ଦୁଇଜଣ ସ୍ଥାନୀୟ ଲୋକଙ୍କୁ ସେନା ଗୁଳି ଚଳାଇଛି । ସେନା ସୂତ୍ରରୁ ପିଟିଆଇ ରିପୋର୍ଟ କରିଛି ଯେ ଏହି ଘଟଣା ଚାସା ଗ୍ରାମରେ ଘଟିଛି ।

ଇଟାନଗର : ଅରୁଣାଚଳ ପ୍ରଦେଶରେ ଦୁଇଜଣ ସ୍ଥାନୀୟ ଲୋକଙ୍କୁ ସେନା ଗୁଳି ଚଳାଇଛି । ସେନା ସୂତ୍ରରୁ ପିଟିଆଇ ରିପୋର୍ଟ କରିଛି ଯେ ଏହି ଘଟଣା ଚାସା ଗ୍ରାମରେ ଘଟିଛି । ଏହି ଦୁଇ ଜଣ ନୋକଫ୍ୟା ୱାଙ୍ଗଦାନ (28) ଏବଂ ରାମୱାଙ୍ଗ ୱାଙ୍ଗସୁ (23) ବୋଲି ଜଣା ପଡିଛି । ଦୁହେଁ ନଦୀରୁ ମାଛ ଧରି ଫେରିବା ସମୟରେ ଏହି ଘଟଣା ଘଟିଛି । ଭୁଲ୍ ସୂଚନା ହେତୁ ଏପରି ହୋଇଛି ମାମଲା ବୋଲି ସେନା ସୂତ୍ରରୁ ପ୍ରକାଶ ।

indian army

ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଜଣଙ୍କର ହାତରେ ଏବଂ ଅନ୍ୟର ଆଙ୍ଗୁଠିରେ ଗୁଳି ବାଜିଛି । ଏମ୍‌ଏଚ୍‌ସି ଅଧୀକ୍ଷକ ପ୍ରଶାନ୍ତ ଡିହିଙ୍ଗିଆ କହିଛନ୍ତି ଯେ ବର୍ତ୍ତମାନ ଉଭୟ ବିପଦରୁ ବାହାରେ ଅଛନ୍ତି । ଆହତଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିବା ଜଣେ ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି ଯେ ସେନାବାହିନୀ ଉଭୟଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଗ୍ରାମବାସୀ କହିଛନ୍ତି ଯେ ଦୁହେଁ ଅନାଥ । ଏବେ ଜଣକର ହାତରେ ଆଘାତ ଲାଗିଛି ଏବଂ ଅନ୍ୟର ଗୋଡରେ ଆଘାତ ଲାଗିଛି । ଉଭୟଙ୍କ ପାଇଁ ସରକାର କିଛି କରିବା ଉଚିତ୍ । ତିରପ ଜିଲ୍ଲା ୟୁନିଟ୍ ବିଜେପି ସଭାପତି କାମାଙ୍ଗ ତେସିୟା କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପରିବର୍ତ୍ତେ ସୁରକ୍ଷା ବାହିନୀର ମୂର୍ଖ କାର୍ଯ୍ୟ ସେମାନଙ୍କ ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଉଛି । ଆସାମ, ନାଗାଲାଣ୍ଡ ଏବଂ ମଣିପୁରର କିଛି ଅଂଶରୁ ହଟାଯାଇଥିବା ବେଳେ କେନ୍ଦ୍ର ସରକାର ଅରୁଣାଚଳ ପ୍ରଦେଶର ତିନୋଟି ଜିଲ୍ଲାରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର ଶକ୍ତି ଆଇନ (AFSPA) ର ପରିସର ବୃଦ୍ଧି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+