ଉଦ୍ଧମପୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଉଭୟ ପାଇଲଟ ଆହତ

ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାର ଶିବଗଡ ଧାରରେ ମଙ୍ଗଳବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟରୁ ଏହା ଜଣାପଡିଛି ଯେ ଏହା ଏକ ସେନା ହେଲିକପ୍ଟର ।

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାର ଶିବଗଡ ଧାରରେ ମଙ୍ଗଳବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟରୁ ଏହା ଜଣାପଡିଛି ଯେ ଏହା ଏକ ସେନା ହେଲିକପ୍ଟର । ଦୁର୍ଘଟଣା ସ୍ଥାନକୁ ଉଦ୍ଧାର ପାଇଁ ଏକ ଦଳ ପଠାଯାଇଛି । ଏଥିସହିତ ଭାରତୀୟ ସେନା ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ଦୁର୍ଘଟଣାରେ ଉଭୟ ପାଇଲଟ ଆହତ ହୋଇଛନ୍ତି, ସେମାନଙ୍କୁ ଉଦ୍ଧାର କରାଯାଇଛି ।

helicopter crash

ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ଉଦ୍ଧମପୁରର ପାଟନିଟୋପ ଅଞ୍ଚଳ ନିକଟରେ ହେଲିକପ୍ଟର ଖସିଯିବା ନେଇ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ଆମେ ଦଳକୁ ସେହି ଅଞ୍ଚଳକୁ ପଠାଇଛୁ । ସର୍ବଶେଷ ସୂଚନା ଅନୁଯାୟୀ, ହେଲିକପ୍ଟରଟି ପାହାଡ ଉପରେ ଦୁର୍ଘଟଣାର ଶିକାର ହୋଇଥିବା ଅଧିକାରୀ କହିଛନ୍ତି ।
ପୋଲିସର ସୂଚନାନୁସାରେ, ଘଟଣାସ୍ଥଳରେ ପହଞ୍ଚିବାକୁ ପ୍ରାୟ ଦେଢ ଘଣ୍ଟା ସମୟ ଲାଗିବ । ପୋଲିସ୍ ଅଧିକାରୀ କହିଛନ୍ତି, ସେହି ସ୍ଥାନରେ ପ୍ରବଳ କୁହୁଡ଼ି ହୋଇଥିବାରୁ ଉଦ୍ଧାରକାରୀ ଦଳଙ୍କ କାମରେ ବାଧା ସୃଷ୍ଟି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+