ଉଦ୍ଧମପୁର ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା : ଦୁଇ ପାଇଲଟ ସହିଦ
ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଜାମ୍ମୁ ପ୍ରତିରକ୍ଷା ବିଭାଗର ସୂଚନା ଅଧିକାରୀ କହିଛନ୍ତି ଯେ, ପାଟନିଟୋପରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଉଭୟ ପାଇଲଟ ସହିଦ ହୋଇଛନ୍ତି ।
ଶ୍ରୀନଗର : ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାର ଶିବଗଡ ଧାରରେ ମଙ୍ଗଳବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟରୁ ଏହା ଜଣାପଡିଛି ଯେ ଏହା ଏକ ସେନା ହେଲିକପ୍ଟର ।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଜାମ୍ମୁ ପ୍ରତିରକ୍ଷା ବିଭାଗର ସୂଚନା ଅଧିକାରୀ କହିଛନ୍ତି ଯେ, ପାଟନିଟୋପରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଉଭୟ ପାଇଲଟ ସହିଦ ହୋଇଛନ୍ତି ।
ଭାରତୀୟ ସେନା ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, GOC(ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍) ଉତ୍ତର କମାଣ୍ଡର, ଲେଫ୍ଟ ଜେନେରାଲ ୱା.କେ ଯୋଶୀ ଏବଂ ସମସ୍ତ ପଦାଧିକରୀ ପାଟନିଟପ୍ ଠାରେ ଡ୍ୟୁଟି ଲାଇନରେ ବଳିଦାନ ଦେଇଥିବା ସାହସୀ ମେଜର ରୋହିତ କୁମାର ଏବଂ ମେଜର ଅନୁଜ ରାଜପୁତଙ୍କୁ ସଲାମ୍ କରୁଛନ୍ତି । 21 ସେପ୍ଟେମ୍ବରରେ ନିଜର କର୍ତ୍ତବ୍ୟ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦଙ୍କ ପରିବାରକୁ ସମବେଦନା ଜ୍ଞାପନ କରୁଛୁ ।
GOC-in-C, Northern Command, Lt Gen YK Joshi and all ranks salute the bravehearts Major Rohit Kumar & Major Anuj Rajput who made the supreme sacrifice in the line of duty on Sept 21 at Patnitop & offer deepest condolences to their families: Northern Command, Indian Army pic.twitter.com/LPsrJEFQqc
— ANI (@ANI) September 21, 2021
ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ଉଦ୍ଧମପୁରର ପାଟନିଟୋପ ଅଞ୍ଚଳ ନିକଟରେ ହେଲିକପ୍ଟର ଖସିଯିବା ନେଇ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ ।












Click it and Unblock the Notifications