ସେନା ହେଲିକପ୍ଟର ଚିତା ଦୁର୍ଘଟଣା, ଦୁଇ ପାଇଲଟ୍ ସହିଦ୍
ଭାରତୀୟ ସେନାର 'ଚିତା ହେଲିକପ୍ଟର'ଦୁର୍ଘଟଣାରେ ଦୁଇ ପାଇଲଟ୍ ସହିଦ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ମଣ୍ଡଲା ପାହାଡ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା ।

ଅରୁଣାଚଳ ପ୍ରଦେଶ: ଭାରତୀୟ ସେନାର 'ଚିତା ହେଲିକପ୍ଟର'ଦୁର୍ଘଟଣାରେ ଦୁଇ ପାଇଲଟ୍ ସହିଦ ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ମଣ୍ଡଲା ପାହାଡ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା । ପ୍ରଥମେ ଦୁଇ ପାଇଲଟ ନିଖୋଜ ଥିଲେ । ପାଇଲଟମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ କରାଯାଇଥିଲା ।
ସୂଚନା ଅନୁସାରେ, ଆଜି ପ୍ରାୟ ସକାଳ 9.15 ବେଳେ ଏହି ଦୁର୍ଘଟଣା ଘଟିଛି । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଏହାର ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଏହି ହେଲିକପ୍ଟରରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ ମେଜର ଥିଲେ । ଏହି ଚିତା ହେଲିକପ୍ଟର ସେଙ୍ଗିରୁ ମିସାମାରି ଅଭିମୁଖେ ଯାଉଥିଲା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଛନ୍ତି ଯେ ଆର୍ମି ଆଭିଏସନ ଚିତା ହେଲିକପ୍ଟର ବୋମ୍ଡିଲା ନିକଟରେ ଉଡ଼ୁଥିବା ବେଳେ ସକାଳ 9.15 ରେ ଏଟିସି ସହ ସମ୍ପର୍କ ବିଛିନ୍ନ ହୋଇଯାଇଥିଲା । ହେଲିକପ୍ଟରଟି ମଣ୍ଡଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବଙ୍ଗଳାଜାପ ଗ୍ରାମ ନିକଟରେ ହେଲିକପ୍ଟରର ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ପାଇଲଟ ଏବଂ କୋ-ପାଇଲଟଙ୍କର ମୃତ୍ୟୁ ହୋଇଛି । ସେନା ଇଷ୍ଟର୍ଣ୍ଣ କମାଣ୍ଡ, କୋଲକାତା ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି ।
ଅପରାହ୍ନ 12.30 ରେ ହେଲିକପ୍ଟରର ଭଗ୍ନାବଶେଷ ଉଦ୍ଧାର କରାଯାଇଥିଲା । ସ୍ପେଶାଲ୍ ଇନଭେଷ୍ଟିଗେସନ୍ ସେଲ୍, ପୋଲିସ ଅଧୀକ୍ଷକ ରୋହିତ ରାଜବୀର ସିଂହ କହିଛନ୍ତି ଯେ ଯେଉଁଠାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ସେଠାରେ କୌଣସି ମୋବାଇଲ୍ ସଂଯୋଗ ନାହିଁ, ପାଣିପାଗ ମଧ୍ୟ ବହୁତ ଖରାପ, କୁହୁଡି ଯୋଗୁଁ ଭିଜିବିଲିଟି ମାତ୍ର 5 ମିଟର ଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications