ଆର୍ମି କ୍ୟାମ୍ପରେ ଅନୁପ୍ରବେଶ ପଣ୍ଡ, ସୁରକ୍ଷାକର୍ମୀ ଗୁଳିରେ 2 ଆତଙ୍କୀ ନିହତ, 3 ଯବାନ ସହିଦ୍
ସ୍ୱାଧୀନତା ଦିବସ ପୂର୍ବରୁ ଏକ ବଡ଼ ଆତଙ୍କବାଦୀ ଉଦ୍ୟମ ବିଫଳ ହୋଇଛି । ଜାମ୍ମୁ କାଶ୍ମୀରର ପାରଗଲରେ କିଛି ଆତଙ୍କବାଦୀ ସେନା ଶିବିରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଶ୍ରୀନଗର : ସ୍ୱାଧୀନତା ଦିବସ ପୂର୍ବରୁ ଏକ ବଡ଼ ଆତଙ୍କବାଦୀ ଉଦ୍ୟମ ବିଫଳ ହୋଇଛି । ଜାମ୍ମୁ କାଶ୍ମୀରର ପାରଗଲରେ କିଛି ଆତଙ୍କବାଦୀ ସେନା ଶିବିରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଜାମ୍ମୁ ଜୋନ୍ ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ ରାଜୌରୀର ଦରହାଲ ଅଞ୍ଚଳରେ ପରଗଲ କ୍ୟାମ୍ପରେ କିଛି ଆତଙ୍କୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି ।
ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ରାଜୌରୀ ଠାରୁ 25 କିଲୋମିଟର ଦୂରରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୁଇ ଆତଙ୍କବାଦୀ ସେନାର ଅପରେଟିଂ ବେସ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଉଭୟ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ 3 ଜଣ ଯବାନ ସହିଦ ହୋଇଛନ୍ତି । ଏହି ଅପରେସନ୍ ବର୍ତ୍ତମାନ ଚାଲିଛି । ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀ ମଧ୍ୟ ଆହତ ହୋଇଥିବା ସେନା ଅଧିକାରୀ କହିଛନ୍ତି । ସେନା ଅଧିକାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । 16 କର୍ପ କମାଣ୍ଡର ଲେଫ୍ଟନାଣ୍ଟ ମଜିନ୍ଦର ସିଂହ ପରିସ୍ଥିତି ଉପରେ ନଜର ରଖିଛନ୍ତି । ସମଗ୍ର ଅଞ୍ଚଳକୁ ଖାଲି କରି ଦିଆଯାଇଛି ।












Click it and Unblock the Notifications