Get Updates
Get notified of breaking news, exclusive insights, and must-see stories!

ସେନା-ଆତଙ୍କୀ ଏନକଉଣ୍ଟର; ଦୁଇ ସେନା ଅଧିକାରୀ ଓ ଜଣେ ପୋଲିସ୍ ଅଧିକାରୀ ସହିଦ

ଶ୍ରୀନଗର : ଜାମ୍ମୁ-କଶ୍ମୀରର ଅନନ୍ତନାଗରେ ସେନା-ଆତଙ୍କବାଦୀ ଏନକାଉଣ୍ଟର । ଏହି ସମୟରେ ଭାରତୀୟ ସେନାର ଦୁଇ ଜଣ ଅଧିକାରୀ ସହିଦ୍ ହୋଇଛନ୍ତି । ଜଣେ କର୍ଣ୍ଣେଲ ଏବଂ ଜଣେ ମେଜର ସହିଦ ହୋଇଛନ୍ତି । ସହିଦ ସେନାଧିକାରୀ 19-ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶୀଷ ଧନଚକ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।

army

ସେହିପରି ଜମ୍ମୁ ଓ କଶ୍ମୀର ପୋଲିସର ଡିଏସପି ହୁମାୟୁନ ଭଟ୍ ସହିଦ ହୋଇଛନ୍ତି । ଜଣେ ଫେରାର ଆତଙ୍କବାଦୀର ତଲାସୀ ଜାରି ରହିଥିବାବେଳେ ସେ ଅନନ୍ତନାଗର ଗାଡୋଲେ ଅଞ୍ଚଳରେ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ଆସିବା ପରେ ସେନା ଓ ପୁଲିସ ପକ୍ଷରୁ ଉକ୍ତ ସ୍ଥାନକୁ ଘେରାଉ କରିବା ପରେ ବୁଧବାର ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ବେଳେ ଆତଙ୍କବାଦୀମାନେ ବି ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଉପରୋକ୍ତ ତିନି ସୁରକ୍ଷା ଅଧକାରୀ ସହିଦ ହୋଇଥିଲେ ।

ସେପଟେ ରଜୌରୀରେ ସୁରକ୍ଷାବଳ-ଆତଙ୍କବାଦୀ ଏନକାଉଣ୍ଟରରେ 2 ଆତଙ୍କୀ ନିହତ ହୋଇଥିବା ବେଳେ ଆତଙ୍କୀଙ୍କ ପାଲଟା ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏନକାଉଣ୍ଟରରେ 4 ଜଣ ଯବାନ ଆହତ ହୋଇଛନ୍ତି । ରାଜୌରୀରେ ଗଲା ତିନି ଧରି ଚାଲିଥିବା ଅପରେସନରେ ସେନାର ସନ୍ଧାନୀ କୁକୁର କେଣ୍ଟ୍ ମଧ୍ୟ ସାମିଲ ହୋଇଥିଲା । ତେବେ ଆତଙ୍କବାଦୀଙ୍କ ଭାରୀ ଗୁଳି ବର୍ଷା ଭିତରେ କୁକୁର କେଣ୍ଟ ପ୍ରାଣ ହରାଇବା ସହ 5 ଜଣ ଯବାନ ଗୁରୁତର ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ରବୀ କୁମାର ଘଟଣାସ୍ଥଳରେ ସହିଦ ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସାଧିନ ଅଛନ୍ତି । ସେପଟେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଦୁଇ ଜଣ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଆତଙ୍କୀ ବ୍ୟବହାର କରୁଥିବା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+