ଆଣ୍ଟିଲିଆ ମାମଲା : ମୁହଁ ଖୋଲିଲେ ସଚିନ ୱେଜେ, କହିଲେ ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ଫୋରକ ରଖିବାର କାରଣ
ନିଲମ୍ବିତ ପୋଲିସ ଅଧିକାରୀ ମାଜିଷ୍ଟ୍ରେଟଙ୍କ ଆଗରେ ବିସ୍ପୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ମତେ 'ବଲି କା ବକରା' ବନାଯାଉଛି । କୋର୍ଟ ମୁମ୍ବାଇ ପୋଲିସ ଅଧିକାରୀ ସଚିନଙ୍କୁ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛି ।
ମୁମ୍ବାଇ : ଆଣ୍ଟିଲିଆ ମାମଲାରେ ପୂର୍ବତନ ପୋଲିସ ଅଧିକାରୀ ସଚିନ ଓ୍ୱାଜେଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପଚରାଉଚରା କରୁଛି । ଏନଆଇଏ ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ସଚିନ ଓ୍ୱାଜେଙ୍କୁ ହାଜର କରିଛି । ଯେଉଁଠାରେ ନିଲମ୍ବିତ ପୋଲିସ ଅଧିକାରୀ ମାଜିଷ୍ଟ୍ରେଟଙ୍କ ଆଗରେ ବିସ୍ପୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ମତେ 'ବଲି କା ବକରା' ବନାଯାଉଛି । କୋର୍ଟ ମୁମ୍ବାଇ ପୋଲିସ ଅଧିକାରୀ ସଚିନଙ୍କୁ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛି ।

ଏନଆଇଏ ସୂତ୍ର ଅନୁଯାୟୀ, ପଚରାଉଚରା ବେଳେ ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ଫୋରକ ସାମଗ୍ରୀ ରଖିବାର ଉଦ୍ଦେଶ୍ୟ ନେଇ ସଚିନ ଏନଆଇଏକୁ କହିଛନ୍ତି । ସଚିନ କହିଛନ୍ତି ଯେ, ମୁଁ ଜଣେ ଅନୁସନ୍ଧାନକାରୀ ଅଧିକାରୀ ଭାବେ ଏହି ମାମଲାର ସଫଳତାର ସହିତ ସମାଧାନ କରିବାକୁ ଚାହୁଁଥିଲି ଏବଂ ଏକ ସୁପର କପ୍ ହେବାକୁ ଚାହୁଁଥିଲି । ଏନଆଇଏ ମଧ୍ୟ ତାଙ୍କ ଦାବିକୁ ନିଶ୍ଚିତ କରିଛି ।
ଏଥି ସହିତ ସଚିନ ଓ୍ୱାଜେ କୋର୍ଟରେ କହିଛନ୍ତି ଯେ, ମୋତେ ଏହି ମାମଲାରେ 'ବଲି କା ବକରା' କରାଯାଇଛି । ଏହି ମାମଲା ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଏହି ମାମଲାର ଅନୁସନ୍ଧାନ କରୁଥିଲି ଏବଂ ଏହି ମାମଲାର IO (ଅନୁସନ୍ଧାନ ଅଧିକାରୀ ଅଫିସର) ଥିଲି । ହଠାତ୍ ସବୁକିଛି ବଦଳିଗଲା ଏବଂ ଯେତେବେଳେ ମୁଁ 13ତାରିଖରେ NIA କାର୍ଯ୍ୟାଳୟକୁ ଗଲି, ମୋତେ ଗିରଫ କରାଗଲା । ସେ କହିଛନ୍ତି, 'ଏହି ସବୁ ଘଟଣା ପଛରେ କିଛି ପୃଷ୍ଠଭୂମି ଅଛି, ମୋତେ ସବୁକିଛି କହିବାକୁ ପଡିବ । ସମସ୍ତେ କହୁଛନ୍ତି ଯେ ମୁଁ ମୋର ଅପରାଧ ସ୍ୱୀକାର କରିଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । ମୁଁ କୌଣସି ଅପରାଧ ସ୍ୱୀକାର କରି ନାହିଁ ।
ଅନ୍ୟପକ୍ଷରେ ସରକାରୀ ଓକିଲ କହିଛନ୍ତି ଯେ, ଏନଆଇଏ ଦ୍ୱାରା ଓ୍ୱାଜେଙ୍କ ଘରୁ 62 କାର୍ଟ୍ରିଜ ଉଦ୍ଧାର କରାଯାଇଛି । 25 ଟି ସରକାରୀ କାର୍ଟ୍ରିଜ ମଧ୍ୟରୁ କେବଳ 5 ଟି ଚିହ୍ନଟ ହୋଇଛି । ସେ କହିଛନ୍ତି ଯେ ୱାଜେ 25 ଟି କାର୍ଟ୍ରିଜ ବିଷୟରେ ସୂଚନା ଦେଉନାହାଁନ୍ତି । ଏହା ବ୍ୟତୀତ ସେ ଅନେକ ସିସିଟିଭି କ୍ୟାମେରାର DVR କୁ ହଟାଇଥିବା ନେଇ ଓ୍ୱାଜେଙ୍କ ଉରରେ ଅଭିଯୋଗ କରିଛନ୍ତି । କୋର୍ଟରେ ଓ୍ୱାଜେଙ୍କ ବିରୋଧରେ ଓକିଲ ଅନେକ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ, ତଦନ୍ତରେ ଓ୍ୱାଜେ ସାହାଯ୍ୟ କରୁନାହାଁନ୍ତି । ସନ୍ଦିଗ୍ଧ କାରରେ ଜେଲାଟିନ୍ ଥିବା FSL ରିପୋର୍ଟ ପ୍ରମାଣ କରିଛି ବୋଲି ମଧ୍ୟ ସରକାରୀ ଓକିଲ କହିଛନ୍ତି ।












Click it and Unblock the Notifications