ଗଣତନ୍ତ୍ର ଦିବସ ହିଂସା ପଛରେ ରହିଛି ଅସାମାଜିକ ବ୍ୟକ୍ତିଙ୍କ ସମ୍ପୃକ୍ତି : ଦେବ ଗୌଡ଼ା

ସାଧାରଣତନ୍ତ୍ର ଦିବସରେ ହିଂସା ଘଟାଇ କୃଷକ ଆନ୍ଦୋଳନକୁ ବଦନାମ କରାଯାଇଛି ବୋଲି ମଧ୍ୟ କହି ତୁଃଖ ପ୍ରକାଶ କରିଛନ୍ତି । ରାଜ୍ୟସଭାରେ ବ୍ୟକ୍ତବ୍ୟ ରଖି ଗୌଡା କହିଛନ୍ତି ଯେ ସେହି ଅସମାଜିକ ବ୍ୟକ୍ତି ତଥା ଶକ୍ତିକୁ ଦଣ୍ଡ ଦିଆଯିବା ଉଚିତ୍ ।

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଏଚ୍ ଡି ଦେବ ଗୌଡା ସାଧାରଣତନ୍ତ୍ର ଦିବସ ହିଂସା ପଛରେ କେତେକ ଆସମାଜିକ ବ୍ୟକ୍ତିଙ୍କ ହାତ ରହିଛି ବୋଲି କହିଛନ୍ତି । ଏଥିସହିତ ସାଧାରଣତନ୍ତ୍ର ଦିବସରେ ହିଂସା ଘଟାଇ କୃଷକ ଆନ୍ଦୋଳନକୁ ବଦନାମ କରାଯାଇଛି ବୋଲି ମଧ୍ୟ କହି ତୁଃଖ ପ୍ରକାଶ କରିଛନ୍ତି । ରାଜ୍ୟସଭାରେ ବ୍ୟକ୍ତବ୍ୟ ରଖି ଗୌଡା କହିଛନ୍ତି ଯେ ସେହି ଅସମାଜିକ ବ୍ୟକ୍ତି ତଥା ଶକ୍ତିକୁ ଦଣ୍ଡ ଦିଆଯିବା ଉଚିତ୍ । ଏହ୍ୟ ବ୍ୟତୀତ ଶାନ୍ତିପୂର୍ଣ୍ଣ ଭାବରେ ଏହି ସମସ୍ୟାର ସମାଧାନ କରିବାକୁ ସରକାର ନିଶ୍ଚିତ କରିବା ଉଚିତ୍ ବୋଲି ସେ କହିଛନ୍ତି ।

H D -Deve-Gowda

କୌଣସି ପ୍ରୋପାଗଣ୍ଡା ବା ପ୍ରଚାର ଭାରତର ଏକତାକୁ ରୋକି ପାରିବ ନାହିଁ ! କି କୌଣସି ପ୍ରଚାର ଭାରତକୁ ନୂତନ ଉଚ୍ଚତା ହାସଲ କରିବାକୁ ଅଟକାଇ ପାରିବ ନାହିଁ ! ଭାରତର ବିଶ୍ୱାସକୁ ଏହି ପ୍ରଚାର ବଦଳାଇ ପାରିବ ନାହିଁ, ବରଂ ଭାରତର ପ୍ରଗତି ଏହା ସ୍ଥିର କରିବ । ପ୍ରଗତି ହାସଲ କରିବା ପାଇଁ ଭାରତ ଏକଜୁଟ ହୋଇ ଏକତ୍ରିତ ହୋଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ୱିଟ୍‌ରେ କହିଛନ୍ତି । କୃଷକ ଆନ୍ଦୋଳନକୁ ନେଇ ବିଦେଶୀ ବ୍ୟକ୍ତିଙ୍କ ମନ୍ତବ୍ୟକୁ ଆକ୍ଷେପ କରି ଗୃହମନ୍ତ୍ରୀ ଏପରି ଟ୍ୱିଟ୍ କରିଛନ୍ତି ।

କୃଷକ ଆନ୍ଦୋଳକୁ ନେଇ ବଦେଶୀ ବ୍ୟକ୍ତିଙ୍କ ମନ୍ତବ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ଦୃଢ ପ୍ରତିକ୍ରିୟା ମଧ୍ୟ ରଖିଛି । ବୈଦେଶିକ ବ୍ୟପାର ମନ୍ତ୍ରାଳୟ କହିଛି, ସଂସଦରେ ସମ୍ପୂର୍ଣ୍ଣ ବିତର୍କ ଏବଂ ଆଲୋଚନା ପରେ କୃଷି କ୍ଷେତ୍ର ସହ ସଂସ୍କାରବାଦୀ ଆଇନ ପ୍ରଣୟନ କରାଯାଇଛି । ଏହି ଆଇଗୁଡିକ ଚାଷୀମାନଙ୍କୁ ଉପଯୁକ୍ତ ବଜାର ପ୍ରବେଶ ପ୍ରଦାନ କରିବା ସହ ଅଧିକ ନମନୀୟତା ପ୍ରଦାନ କରିବ ।

ଭାରତର କିଛି ମାତ୍ର ଚାଷୀ ଏହି କୃଷି କାନିନକୁ ବିରୋଧ କରୁଛନ୍ତି । ଆନ୍ଦୋଳନରତ କୃଶକମାନଙ୍କ ଭାବନାକୁ ସମ୍ମାନ ଜଣାଇ ଭାରତ ସରକାର ସେମାନଙ୍କ ପ୍ରତିନିଧୀଙ୍କ ସହ ଅନେକ ପର୍ଯ୍ୟାୟ ଆଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀମାନେ ଏହି ଆଲୋଚନାରେ ସାମିଲ ହେବା ସହ ସରକାର ଓ କୃଷକ ପ୍ରତିନିଧି ମଧ୍ୟରେ ଐଗାର ପର୍ଯ୍ୟାୟ ଆଲୋଚନା ହୋଇସାରିଛି । ସରକାର ଏପରିକି ଏହି ଆଇନକୁ ଏକ ବର୍ଷରୁ ଦେଢ ବର୍ଷ ପର୍ଯ୍ୟନ୍ତ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଅନ୍ୟ ମନ୍ତ୍ରୀଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସ୍ତାବ ଦେଇଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+