'ବ୍ରାହ୍ମଣ କ୍ୟାମ୍ପସ ଛାଡ', 'ଶାଖାକୁ ଫେରିଯାଅ', ଜେଏନୟୁ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ
ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । 'ବ୍ରାହ୍ମଣ କ୍ୟାମ୍ପସ ଛାଡ', 'ଶାଖାକୁ ଫେରିଯାଅ' ଭଳି ସ୍ଲୋଗାନ ଲେଖି କ୍ୟାମ୍ପସର ବ୍ରାହ୍ମଣମାନଙ୍କୁ ଧମକ ଦିଆଯାଇଛି ।
ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । 'ବ୍ରାହ୍ମଣ କ୍ୟାମ୍ପସ ଛାଡ', 'ଶାଖାକୁ ଫେରିଯାଅ' ଭଳି ସ୍ଲୋଗାନ ଲେଖି କ୍ୟାମ୍ପସର ବ୍ରାହ୍ମଣମାନଙ୍କୁ ଧମକ ଦିଆଯାଇଛି । ଜେଏନୟୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ କ୍ୟାମ୍ପସକୁ ବଦନାମ କରିବା ପାଇଁ 'ଅଜ୍ଞାତ ଦୁବୃର୍ତ୍ତ' ଏପରି କାମ କରିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍-2 ବିଲ୍ଡିଂର କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଥିବା ଦେଖିବାକୁ ମିଳିଥିଲା । ନାଳିନ କୁମାର ମହାପାତ୍ର, ରାଜ ଯାଦବ, ପ୍ରଭେଶ କୁମାର ଏବଂ ବନ୍ଦନା ମିଶ୍ରଙ୍କ ସମେତ ଅନେକ ବ୍ରାହ୍ମଣ ପ୍ରଫେସରଙ୍କ କ୍ୱାଟରରେ 'ଗୋ ବ୍ୟାକ୍ ଟୁ ଶାଖା' ଲେଖାଯାଇଥିଲା । ସୋଶାଲ ମିଡିଆରେ ଏହି ସ୍ଲୋଗାନଗୁଡ଼ିକର ଫଟୋ ଭାଇରାଲ ହେବାପରେ ଟ୍ୱିଟରରେ 'ବ୍ରାହ୍ମଣ ଲାଇଭସ୍ ମ୍ୟାଟର୍ସ' ଟ୍ରେଣ୍ଡ ହେବାକୁ ଲାଗିଲା ।
ବିଶ୍ୱବିଦ୍ୟାଳୟ ସମସ୍ତ ଧର୍ମର ଲୋକଙ୍କର ବୋଲି ଅଧିକାରୀମାନେ ଏକ ବିବୃତ୍ତି ଜାରି କରିଛନ୍ତି । ବିବୃତ୍ତିରେ କୁହାଯାଇଛି, "କୁଳପତି, ପ୍ରଫେସର ସାନ୍ତାଶ୍ରୀ ଡି ପଣ୍ଡିତ, ଏସ୍.ଆଇ.ଏସ୍, ଜେନେୟୁ ରେ କିଛି ଅଜ୍ଞାନ ବ୍ୟକ୍ତିଙ୍କ ଦ୍ୱାରା କାନ୍ଥ ଏବଂ କର୍ମଚାରୀଙ୍କ କୋଠରୀଗୁଡ଼ିକରେ ଏପରି ଲେଖା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ପ୍ରଶାସନ ଏହି ବହିଷ୍କାରବାଦୀ ପ୍ରବୃତ୍ତିକୁ ନିନ୍ଦା କରିଛି ।" ଏହି ଘଟଣା ସମ୍ପର୍କରେ ଜେଏନୟୁ ଶିକ୍ଷକ ଫୋରମ୍ ଟ୍ୱିଟ୍ କରି କହିଛନ୍ତି ଯେ ବାମପନ୍ଥୀ-ଉଦାରବାଦୀ ଗ୍ୟାଙ୍ଗ ପ୍ରତ୍ୟେକ ବିରୋଧୀ ସ୍ୱରକୁ ଭୟଭୀତ କରୁଛି ।
ଏବିଭିପି ଏହି ଘଟଣାକୁ ନିନ୍ଦା କରିବା ସହ ବାମପନ୍ଥୀଙ୍କ ଉପରେ ଅଭିଯୋଗ ଆଣିଛି । ଏବିଭିପି ଜେଏନୟୁ ସଭାପତି ରୋହିତ କୁମାର କହିଛନ୍ତି, "ଏବିଭିପି କମ୍ୟୁନିଷ୍ଟ ଗୁଣ୍ଡାମାନଙ୍କ ଦ୍ୱାରା ଏକାଡେମିକ୍ ସ୍ଥାନଗୁଡିକର ବ୍ୟାପକ ଭଙ୍ଗାରୁଜାକୁ ନିନ୍ଦା କରିଛି । କମ୍ୟୁନିଷ୍ଟମାନେ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍-୨ ବିଲ୍ଡିଂରେ ଜେଏନୟୁ କାନ୍ଥରେ ଅପଶବ୍ଦ ଲେଖିଛନ୍ତି । ସେମାନଙ୍କୁ ଭୟଭୀତ କରିବା ପାଇଁ ସେମାନେ ଏହା କରିଛନ୍ତି ।"
-
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ












Click it and Unblock the Notifications