ଜାମ୍ମୁ କାଶ୍ମୀର ଉଧମପୁରର ଅନ୍ୟ ଏକ ବସ୍ରେ ବିସ୍ଫୋରଣ, ଆତଙ୍କବାଦୀ ଷଡଯନ୍ତ୍ରର ଆଶଙ୍କା
ଜାମ୍ମୁ କାଶ୍ମୀରର ଉଧମପୁରରେ ଆଉ ଏକ ବସ୍ ବିସ୍ଫୋରଣ ହୋଇଛି । ଗତ 8 ଘଣ୍ଟା ମଧ୍ୟରେ ଉଧମପୁରରେ ବସ୍ ବିସ୍ଫୋରଣର ଏହା ହେଉଛି ଦ୍ୱିତୀୟ ଘଟଣା । ସୁରକ୍ଷା ବଳ ଏବଂ ପୋଲିସର ସୂତ୍ର ଅନୁସାରେ ଏହା ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରାଯାଉଛି ।
ଉଧମପୁର : ଜାମ୍ମୁ କାଶ୍ମୀରର ଉଧମପୁରରେ ଆଉ ଏକ ବସ୍ ବିସ୍ଫୋରଣ ହୋଇଛି । ଗତ 8 ଘଣ୍ଟା ମଧ୍ୟରେ ଉଧମପୁରରେ ବସ୍ ବିସ୍ଫୋରଣର ଏହା ହେଉଛି ଦ୍ୱିତୀୟ ଘଟଣା । ସୁରକ୍ଷା ବଳ ଏବଂ ପୋଲିସର ସୂତ୍ର ଅନୁସାରେ ଏହା ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରାଯାଉଛି ।
ଗୁରୁବାର ସକାଳେ ଉଧମପୁରରେ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସରେ ବିସ୍ପୋରଣ ହୋଇଥିଲା । ଏହି ବସ୍ ରାମନଗରରୁ ଉଦୟପୁର ପର୍ଯ୍ୟନ୍ତ ଚାଲୁଥିଲା ଏବଂ ରାତିରେ ବସ୍ ଷ୍ଟାଣ୍ଡରେ ଛିଡା ହୋଇଥିଲା । ତେବେ ଏହି ବିସ୍ଫୋରଣରେ କୌଣସି ଜୀବନହାନି ହୋଇନାହିଁ । କିନ୍ତୁ ନିକଟରେ ପାର୍କିଂ ହୋଇଥିବା ବସ୍ ଗୁଡିକରେ କ୍ଷୟକ୍ଷତି ହୋଇଛି ।

ଗତ 8 ଘଣ୍ଟା ମଧ୍ୟରେ ଉଧମପୁରରେ ବସ୍ ବିସ୍ଫୋରଣର ଏହା ହେଉଛି ଦ୍ୱିତୀୟ ଘଟଣା । ବୁଧବାର ରାତିରେ (ସେପ୍ଟେମ୍ବର 28) ଉଧମପୁରର ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିବା ଏକ ଖାଲି ବସ୍ରେ ବିସ୍ଫୋରଣ ହେବା ଫଳରେ ଦୁଇ ଜଣ ଆହତ ହୋଇଥିଲେ । ରାତି ପ୍ରାୟ 10.30 ସମୟରେ ଉଧମପୁର ଜିଲ୍ଲାର ଡୋମେଲ ଛକରେ ଏକ ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଛି । ଏହି ବିସ୍ଫୋରଣରେ ନିକଟରେ ପାର୍କିଂ ହୋଇଥିବା ଅନ୍ୟ ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆହତମାନଙ୍କୁ ଉଧମପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣା ସମ୍ପର୍କରେ ଖବର ପାଇବାର କିଛି ସମୟ ମଧ୍ୟରେ ପୋଲିସ ଏବଂ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ ଚାଲିଛି । ଉଧମପୁର ଡିଆଇଜି ସୁଲେମାନ ଚୌଧୁରୀ କହିଛନ୍ତି, "ରାତି ପ୍ରାୟ 10.30 ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିଲେ ଏବଂ ନିକଟରେ ପାର୍କିଂ ହୋଇଥିବା ଗାଡିଗୁଡିକ ମଧ୍ୟ ନଷ୍ଟ ହୋଇଯାଇଥିଲା । ବିସ୍ଫୋରଣ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଆମେ ଘଟଣାର ଅନୁସନ୍ଧାନ କରିବୁ ।" ପ୍ରାଥମିକ ଯାଞ୍ଚ ଅନୁସାରେ ଏହା ଏକ ଆତଙ୍କବାଦୀ ଷଡଯନ୍ତ୍ର ବୋଲି ସନ୍ଦେହ କରାଯାଉଛି । ବିସ୍ଫୋରଣର ଏକ ସିସିଟିଭି ଫୁଟେଜ ସୋଶାଲ ମିଡିଆରେ ଭାଇରାଲ ହେଉଛି ।












Click it and Unblock the Notifications