Get Updates
Get notified of breaking news, exclusive insights, and must-see stories!

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ, ଅସୁସ୍ଥ ହୋଇ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟ ମଧ୍ୟରେ ବୁଧବାର ଅନ୍ୟ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବର ବାର୍ନାଲା ନିବାସୀ 22 ବର୍ଷୀୟ ଛାତ୍ର ଚନ୍ଦନ ଜିନ୍ଦଲଙ୍କ ୟୁକ୍ରେନରେ ମୃତ୍ୟୁ ହୋଇଛି ।

କ୍ୱିଭ୍ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟ ମଧ୍ୟରେ ବୁଧବାର ଅନ୍ୟ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବର ବାର୍ନାଲା ନିବାସୀ 22 ବର୍ଷୀୟ ଛାତ୍ର ଚନ୍ଦନ ଜିନ୍ଦଲଙ୍କ ୟୁକ୍ରେନରେ ମୃତ୍ୟୁ ହୋଇଛି । ଚନ୍ଦନ ୟୁକ୍ରେନର ଭିନ୍ନିତ୍ସିଆର ମେମୋରିଆଲ ମେଡିକାଲ ୟୁନିଭରସିଟିର ଛାତ୍ର ଥିଲେ । ଚନ୍ଦନ ଜିନ୍ଦଲଙ୍କ ମୃତ୍ୟୁର କାରଣ ଗୁରୁତର ଅସୁସ୍ଥ ଥିବା କୁହାଯାଉଛି, ସେ ଭିନ୍ନିତ୍ସିଆର ଜରୁରୀକାଳୀନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଗତ କିଛି ଦିନ ହେବ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପିତା ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିଲେ ।

Chandan Jindal

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚନ୍ଦନ ଜିନ୍ଦଲ ଦୀର୍ଘ ସମୟ ଧରି ୟୁକ୍ରେନରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କୁ ଆଇସିୟୁ ୱାର୍ଡରେ ରଖାଯାଇଥିଲା । ମାର୍ଚ୍ଚ 02 ରେ ଡାକ୍ତରମାନେ ଚନ୍ଦନଙ୍କ ପିତା ଶିଶନ କୁମାର ଜିନ୍ଦଲଙ୍କୁ କହିଥିଲେ ଯେ ସେମାନେ ଛାତ୍ରଙ୍କୁ ବଞ୍ଚାଇ ପାରିବେ ନାହିଁ । ଚନ୍ଦନ ଇସ୍କେମିକ୍ ଷ୍ଟ୍ରୋକ୍ ରେ ପୀଡିତ ହେବା ପରେ ତାଙ୍କୁ ଶୀଘ୍ର କିଭସ୍କା ଷ୍ଟ୍ରିଟ୍ 68 ରେ ଅବସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବୁଧବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଚନ୍ଦନଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ ସହାୟତା କରିବାକୁ ବାପା ବର୍ତ୍ତମାନ ଭାରତ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ।

ଏହାପୂର୍ବରୁ ମଙ୍ଗଳବାର ଦିନ ୟୁକ୍ରେନର ଖାର୍କିଭରେ କର୍ଣ୍ଣାଟକର ଛାତ୍ର ନବୀନ ଶେଖରପ୍ପା ରୁଷର ସେନାର ଗୁଳିରେ ପ୍ରାଣ ହରାଇଥିଲେ । ଭାରତ ସରକାର ମଧ୍ୟ ତାଙ୍କ ମୃତଦେହକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ୟୁକ୍ରେନରେ ଯୁଦ୍ଧ ହେତୁ ଯାତ୍ରୀବାହୀ ବିମାନ ପାଇଁ ଆକାଶ ସୀମା ବନ୍ଦ ହୋଇଯାଇଛି । ଭାରତୀୟ ଛାତ୍ରମାନଙ୍କ ଶବକୁ ଅନ୍ୟ ଦେଶ ଦେଇ ଫେରାଇ ଆଣାଯାଇପାରିବ ଯେପରି ସେଠାରେ ଫସି ରହିଥିବା ଅନ୍ୟ ଭାରତୀୟଙ୍କୁ ସ୍ଥାନାନ୍ତର କରାଯାଉଛି । ରିପୋର୍ଟ ଅନୁଯାୟୀ, ଚନ୍ଦନଙ୍କ ପିତା ତାଙ୍କ ପୁଅର ମୃତଦେହ ସହିତ ରୋମାନିଆର ସେରେଟ୍ ସୀମାରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+