Farmer Protest : ସିଙ୍ଗୁ ସୀମାରେ ଆଉ ଜଣେ କୃଷକଙ୍କ ମୃତ୍ୟୁ, 4 ମାସ ଧରି ଧାରଣାରେ ସାମିଲ ଥିଲେ ରାଜେନ୍ଦ୍ର
କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମକୁ ବିରୋଧ କରି ଧାରଣାରେ ବସିଥିବା ଆଉ ଜଣେ କୃଷକ ପ୍ରାଣ ହରାଇଛନ୍ତି । ସୋନିପଥ ଜିଲ୍ଲାର ବିଚପଡି ଗାଁର ରାଜେନ୍ଦ୍ରଙ୍କର ହୃଦଘାତର ଶିକାର ହୋଇଛନ୍ତି । ଏହା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ସୋନିପଥ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମକୁ ବିରୋଧ କରି ଧାରଣାରେ ବସିଥିବା ଆଉ ଜଣେ କୃଷକ ପ୍ରାଣ ହରାଇଛନ୍ତି । ସୋନିପଥ ଜିଲ୍ଲାର ବିଚପଡି ଗାଁର ରାଜେନ୍ଦ୍ରଙ୍କର ହୃଦଘାତର ଶିକାର ହୋଇଛନ୍ତି । ଏହା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଆନ୍ଦୋଳନକରୀ କୃଷକମାନେ କହିଛନ୍ତି, ରାଜେନ୍ଦ୍ର ଗତ ଚାରିମାସ ଧରି ଧାରଣାରେ ସାମିଲ ଥିଲେ । 10 ଦିନ ପୂର୍ବରୁ ପରିଚିତଙ୍କ ମୃତ୍ୟୁ ପରେ ସେ ଗତକାଲି ପୁଣି ଧାରଣା ସ୍ଥଳରେ ଯୋଗଦେଇଥିଲେ ।

ଦାରଣା ଦେଇଥିବା କୃଷକମାନେ କହିଛନ୍ତି ଯେ, କୃଷକଙ୍କ ଅକାଳ ମୃତ୍ୟୁ ପାଇଁ ସରକାର ଦାୟୀ । ସରକାର ତାଙ୍କ ଜିଦ୍ ଛାଡ଼ି ଲାଗୁ କରିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କୃଷକମାନେ ଦାବି କରିଛନ୍ତି । ଜଣେ ବୟସ୍କ ଆନ୍ଦୋଳନକରୀ କହିଛନ୍ତି ଯେ, ସରକାର କେତେ ଦିନ ପର୍ଯ୍ୟନ୍ତ ଅନ୍ନଦାତାଙ୍କ ବଳିଦାନ ଜାରି ରଖିବେ । ରାଜେନ୍ଦ୍ରଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥଇବା ନେଇ ଡାକ୍ତର ରିପୋର୍ଟ ଦେଇଛନ୍ତି ।
ଏହା ପରେ ରାଜେନ୍ଦ୍ରଙ୍କ ମୃତଦେହକୁ ତାଙ୍କ ଜନ୍ମ ଗ୍ରାମ ବିଚପଡିକୁ ନିଆଯାଇଥିଲା । ସେଠାରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଶବଦାହ କରାଯାଇଥିଲା ।












Click it and Unblock the Notifications