ଏୟାର ଇଣ୍ଡିଆରେ ପୁଣି ମଦ୍ୟପଙ୍କ ଉତ୍ପାତ, ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ବ୍ୟକ୍ତି
ପୁଣି ଜଣେ ମଦ୍ୟପ ମହିଳା ସହ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଖବର ପ୍ରକାଶ ପାଇଛି । ଡିସେମ୍ବର 6 ପ୍ୟାରିସ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ଜଣେ ମଦ୍ୟପ ବ୍ୟକ୍ତି ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା ।
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ମଦ୍ୟପ ପରିସ୍ରା କରିବା ମାମଲା ପରେ ମଦୁଆଙ୍କ ଉତ୍ପାତ ଖବର ପୁଣି ସାମ୍ନାକୁ ଆସିଛି । ପୁଣି ଜଣେ ମଦ୍ୟପ ମହିଳା ସହ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଖବର ପ୍ରକାଶ ପାଇଛି । ଡିସେମ୍ବର 6 ପ୍ୟାରିସ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ଜଣେ ମଦ୍ୟପ ବ୍ୟକ୍ତି ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା । ଅଧିକାରୀମାନେ କହିଛନ୍ତି ଯେ ପୁରୁଷ ଯାତ୍ରୀ ଲିଖିତ କ୍ଷମା ପ୍ରାର୍ଥନା କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ତେବେ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ଯାତ୍ରୀମାନେ କେଉଁ ଶ୍ରେଣୀରେ ଯାତ୍ରା କରୁଥିଲେ ତାହା ଜଣା ପଡିନାହିଁ । ଏହି ବିମାନଟି ଡିସେମ୍ବର 6 ତାରିଖ ରାତି ପ୍ରାୟ 9:40 ସମୟରେ ଦିଲ୍ଲୀରେ ଅବତରଣ କରିଥିଲା ଏବଂ ବିମାନବନ୍ଦର ସୁରକ୍ଷା କର୍ମୀଙ୍କୁ ସୂଚନା ଦିଆଯାଇଥିଲା ଯେ ପୁରୁଷ ଯାତ୍ରୀ ମଦ୍ୟପାନ କରି କ୍ୟାବିନ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରୁନାହାଁନ୍ତି ଏବଂ ପରେ କମ୍ବଳ ଉପରେ ପରିସ୍ରା କରିଛନ୍ତି ।
ପୁରୁଷ ଯାତ୍ରୀ ବିମାନରୁ ଓହ୍ଲାଇବା ମାତ୍ରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍) ତାଙ୍କୁ ଗିରଫ କରିଥିଲେ । ପରେ ଦୁଇ ଯାତ୍ରୀଙ୍କ ମଧ୍ୟରେ "ପାରସ୍ପରିକ ସମାଧାନ" ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା । ଅଭିଯୁକ୍ତ ଏକ ଲିଖିତ କ୍ଷମା ପ୍ରାର୍ଥନା କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।












Click it and Unblock the Notifications