ତିନି ମାସରେ ପ୍ରାଣ ହରାଇଲେଣି ତିନି ଚିତା, କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାଈ ଚିତା 'ଦକ୍ଷା'ର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ତିନି ମାସ ମଧ୍ୟରେ ତୃତୀୟ ଚିତାର ମୃତ୍ୟୁ ହୋଇଛି ।
ମାଈ ଚିତା 'ଦକ୍ଷା'ର ମୃତ୍ୟୁର କାରଣ କୌଣସି ରୋଗ ନୁହେଁ । ଏହା ଅନ୍ୟ ଏକ ଚିତା ସହିତ ଲଢେଇ ରେ ପ୍ରାଣ ହରାଇଛି । ମଧ୍ୟପ୍ରଦେଶର ବନ ସଂରକ୍ଷଣ ବିଭାଗର ମୁଖ୍ୟ ଜେଏସ ଚୌହାନ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ମାଈ ଚିତା 'ଦକ୍ଷା'ର ମେ 9 ରେ ମୃତ୍ୟୁ ହୋଇଛି ।
କୁହାଯାଉଛି ଯେ କୁନୋ ଜାତୀୟ ଉଦ୍ୟାନରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତାର ଅନ୍ୟ ଏକ ଚିତାଙ୍କ ସହ ଲଢେଇ ହୋଇଥିଲା । ଏଥିରେ ତାର ମୃତ୍ୟୁ ହୋଇଛି । ଦକ୍ଷିଣ ଆଫ୍ରିକା ଏବଂ ନାମିବିଆରୁ ଅଣଆଯାଇଥିବା ଏହା ତୃତୀୟ ଚିତା, ଯାହାର ଗତ ତିନି ମାସ ମଧ୍ୟରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଚିତା ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ ।
MP| A female Cheetah Daksha, brought from South Africa has died in Kuno National Park. This is the 3rd death so far: MP Chief Conservator of Forest JS Chauhan pic.twitter.com/dQp5V0f1Ek
— ANI (@ANI) May 9, 2023
ପ୍ରେସ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ ମେ 09 ରେ, ସକାଳ 10.45 ସମୟରେ କୁନୋ ଜାତୀୟ ଉଦ୍ୟାନରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ମାଈ ଚିତା ଦକ୍ଷା କୁ ଆହତ ଅବସ୍ଥାରେ ମନିଟରିଂ ଦଳ ପାଇଥିଲେ । ପ୍ରାଣୀ ଚିକିତ୍ସକଙ୍କ ଚିକିତ୍ସା ପରେ ମଧ୍ୟ ଦକ୍ଷାର ଜୀବନ ବଞ୍ଚାଯାଇପାରି ନାହିଁ । ମଧ୍ୟାହ୍ନ 12:00 ରେ ଦକ୍ଷାର ମୃତ୍ୟୁ ହୋଇଥିଲା ।












Click it and Unblock the Notifications