Farmers Protest : କୃଷକ ଆନ୍ଦୋଳନ ସମର୍ଥନରେ ଜାନୁଆରୀ 30ରୁ ସମାଜସେବା ଆନ୍ନା ହଜାରେ କରିବେ ଅନଶନ
ସମାଜସେବୀ ଆନ୍ନା ହାଜାରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆରମ୍ଭ କରିବେ ଅନଶନ । ସେ ଗୁରୁବାର କହିଛନ୍ତି ଯେ ସେ ଜାନୁଆରୀ 30 ରୁ ମହାରାଷ୍ଟ୍ରର ଅହମ୍ମଦନଗରରେ ନିଜ ସହରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ।
ନୂଆଦିଲ୍ଲୀ : ସମାଜସେବୀ ଆନ୍ନା ହାଜାରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆରମ୍ଭ କରିବେ ଅନଶନ । ସେ ଗୁରୁବାର କହିଛନ୍ତି ଯେ ସେ ଜାନୁଆରୀ 30 ରୁ ମହାରାଷ୍ଟ୍ରର ଅହମ୍ମଦନଗରରେ ନିଜ ସହରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ । ନିଜ ନିଜ ଅଞ୍ଚଳରେ ବିରୋଧ ଜାରି ରଖିବାକୁ ସେ ତାଙ୍କ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି ।

ଏକ ପ୍ରେସ ବିବୃତ୍ତିରେ ଆନ୍ନା ହଜାରେ କହିଛନ୍ତି, "ମୁଁ ଗତ ଚାରି ବର୍ଷ ଧରି ଚାଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାବି ପାଇଁ ଆନ୍ଦୋଳନ କରିଆସୁଛି । ଏଥିରୁ ଜଣାପଡୁଛି ଯେ କୃଷକ ପ୍ରସଙ୍ଗରେ ସରକାର ସଠିକ୍ ନିଷ୍ପତ୍ତି ନେଉନାହାଁନ୍ତି । ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହଁନ୍ତି। । "
"ଆମେ କେନ୍ଦ୍ର ସରକାରଙ୍କ ଆଗରେ ବାରମ୍ବାର ଦାବି ରଖିଛୁ । ଗତ ତିନି ମାସ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ପାଞ୍ଚ ଥର ଚିଠି ଲେଖିଛି । ସରକାରଙ୍କ ପ୍ରତିନିଧୀମାନେ ଏ ବିଷୟରେ ଆଲୋଚନା କରୁଛନ୍ତି କିନ୍ତୁ ସେମାନେ ସଠିକ୍ ସମାଧାନରେ ପହଞ୍ଚି ପାରିନାହାଁନ୍ତି ।" ଜାନୁଆରୀ 26 ରେ ନୂଆଦିଲ୍ଲୀରେ କୃଷକ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । 'ଅହିଂସା ଆନ୍ଦୋଳନ'ର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଆନ୍ନା କୃଷକ ଆନ୍ଦୋଳନୁ ସମର୍ଥନ କରିବା ସହ ଯଥାଶୀଘ୍ର କୃଷକମାନଙ୍କ ସମସ୍ୟାର ସମାଧାନ କରିବା ନେଇ ସରକାରଙ୍କୁ ଅମୁରୋଧ କରିଖିଲେ ।












Click it and Unblock the Notifications