କୃଷକ ଆନ୍ଦୋଳନ ସମର୍ଥନରେ ସମାଜସେବୀ ଆନ୍ନା ହଜାରେଙ୍କ ଅନଶନ
ଆନ୍ନା ହାଜାରେ ସରକାରଙ୍କୁ କୃଷକଙ୍କ କଥା ଶୁଣିବାକୁ ଏବଂ ସେମାନେ ଦେଶର ଅନ୍ନଦାତା ବୋଲି ମଧ୍ୟ କହିଥିଲେ | ସେ କହିଛନ୍ତି ଯେ ଏହି ଦେଶରେ କୃଷକ ଏବଂ ସରକାରଙ୍କ ଅବସ୍ଥା ଭାରତ-ପାକିସ୍ତାନ ଭଳି ହୋଇଯାଇଛି |କିନ୍ତୁ ଏହା ହେବା ଉଚିତ୍ ନୁହେଁ |
ନୂଆଦିଲ୍ଲୀ : ଦେଶରେ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ସମର୍ଥନ କରୁଛନ୍ତି ଆନ୍ନା ହଜାରେ | ଚାଷୀମାନଙ୍କୁ ସମର୍ଥନ କରି ସେ ମଙ୍ଗଳବାର ଦିନିକିଆ ଅନଶନରେ ବସିଛନ୍ତି | ସେ ଚାଷୀମାନଙ୍କୁ ସମର୍ଥନ କରି କହିଛନ୍ତି ଯେ, ଏହି ଆନ୍ଦୋଳନ ସାରା ଦେଶରେ ବ୍ୟାପିଯିବା ଉଚିତ ଯାହା ଦ୍ୱରା ସରକାର କୃଷକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ | ଏଥି ସହିତ ସେ 12 ଦିନ ଧରି ସିନ୍ଧୁ ସୀମାଠାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ଉଦ୍ଦେଶ୍ୟ ରେ କହିଛନ୍ତି, ପ୍ରବଳ ଶୀତରେ କୃଷକମାନେ ଯେପରି ଭାବରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି ମୁଁ ପ୍ରଶଂସା କରୁଛି | ସରକାର ଚାଷାମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ନିବେଦନ କରୁଛି ବୋଲି ମଧ୍ୟ କହିଛନ୍ତି |

ଏହା ପୂର୍ବରୁ ମଧ୍ୟ ଆନ୍ନା ହାଜାରେ ସରକାରଙ୍କୁ କୃଷକଙ୍କ କଥା ଶୁଣିବାକୁ ଏବଂ ସେମାନେ ଦେଶର ଅନ୍ନଦାତା ବୋଲି ମଧ୍ୟ କହିଥିଲେ | ସେ କହିଛନ୍ତି ଯେ ଏହି ଦେଶରେ କୃଷକ ଏବଂ ସରକାରଙ୍କ ଅବସ୍ଥା ଭାରତ-ପାକିସ୍ତାନ ଭଳି ହୋଇଯାଇଛି |କିନ୍ତୁ ଏହା ହେବା ଉଚିତ୍ ନୁହେଁ | ସରକାର ସେମାନଙ୍କ କଥା ଶୁଣିବା ଉଚିତ୍, ଆଜି ଅହିଂସା ମାର୍ଗରେ କୃଷକମାନେ ଆନ୍ଦୋଳନ କରୁଛନ୍ତି, ଯଦି ଆସନ୍ତାକାଲି ଯେତେବେଳେ କୃଷକମାନେ ହିଂସାକୁ ଓହ୍ଲାଇବେ ତେବେ ସେମାନଙ୍କ ପାଇଁ କିଏ ଦାୟୀ ରହିବ, ସେମାନେ ଦେଶର କୃଷକ, ପାକିସ୍ତାନୀ ନୁହଁନ୍ତି |












Click it and Unblock the Notifications