ଫେବୃଆରୀ 14 ରେ ଭାଲେଣ୍ଟାଇନ୍ ଡେ ନୁହଁ 'ଗାଈ ଆଲିଙ୍ଗନ ଦିବସ' ପାଳନ କରିବାକୁ ପଶୁ କଲ୍ୟାଣ ବୋର୍ଡର ନିବେଦନ
ଭାଲେଣ୍ଟାଇନ୍ସ ଡେ' ପୂର୍ବରୁ ଫେବୃଆରୀ 14 କୁ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ପଶୁ କଲ୍ୟାଣ ବୋର୍ଡ । ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି ।

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ଡେ' ପୂର୍ବରୁ ଫେବୃଆରୀ 14 କୁ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ପଶୁ କଲ୍ୟାଣ ବୋର୍ଡ । ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ବିଭାଗ ପକ୍ଷରୁ ଭାରତୀୟ ସଂସ୍କୃତି ଏବଂ ଗ୍ରାମୀଣ ଅର୍ଥନୀତିରେ ଗାଆ ମାନଙ୍କର ଗୁରୁତ୍ୱ ପାଇଁ ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ।
ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଭାରତର ପଶୁ କଲ୍ୟାଣ ବୋର୍ଡ ସହଯୋଗରେ ଭାରତୀୟ ସଂସ୍କୃତିର ପ୍ରଚାର ପାଇଁ 'ଗାଈ ଆଲିଙ୍ଗନ ଦିବସ' ପାଳନ କରିବାକୁ ପଦକ୍ଷେପ ନେଇଛନ୍ତି । ବିଭାଗ ବିଶ୍ୱାସ କରେ ଯେ ଏହା କରିବା ଦ୍ୱାରା ଗାଈ ସଂସ୍କୃତି ଦେଶର ଲୋକଙ୍କ ନିକଟରେ ପହଞ୍ଚି ପାରିବ ।
ପଶୁ କଲ୍ୟାଣ ବୋର୍ଡର ବିଜ୍ଞପ୍ତିରେ କୁହାଯାଇଛି ଯେ ସମସ୍ତ ଗାଈ ପ୍ରେମୀ ଗୋ ମାତାଙ୍କ ଗୁରୁତ୍ୱକୁ ନଜରରେ ରଖି ଫେବୃଆରୀ 14 କୁ 'ଗାଈ ଆଲିଙ୍ଗନ ଦିବସ' ଭାବରେ ପାଳନ କରିପାରିବେ ।
ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ପାଶ୍ଚାତ୍ୟ ସଂସ୍କୃତିର ପ୍ରବଳ ପ୍ରଭାବ ହେତୁ ବୈଦିକ ପରମ୍ପରା ବିଲୁପ୍ତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏହି ସମୟରେ ସଂସ୍କୃତିକୁ ବଞ୍ଚାଇବାର ଆବଶ୍ୟକତା ରହିଛି । ଏହି କାରଣରୁ ବିଭାଗ ଏହି ନିଷ୍ପତ୍ତି ନେଇଛି ।












Click it and Unblock the Notifications