ଅନୀଲଙ୍କ ସହଯୋଗୀଙ୍କୁ ଗିରଫ କଲା ଇଡି
ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀ(Anil ambani)ଙ୍କ ଘନିଷ୍ଠ ସହଯୋଗୀ ଅଶୋକ କୁମାର ପାଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ସେ ରିଲାଏନ୍ସ ପାୱାର ଲିଃରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିଛି। ଗୋଟିଏ ନକଲି ବ୍ୟାଙ୍କ ଗ୍ୟାରେଣ୍ଟୀ କେସରେ ଇଡି ମନି ଲଣ୍ଡରିଂ(Money Laundering) ମାମଲା ରୁଜୁ କରିଥିଲା। ଏବେ ସେହି ମାମଲାରେ ଅଶୋକଙ୍କୁ ଗିରଫ କରାଯାଇଛି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆଇନ ଅନୁସାରେ ଇଡି ତାଙ୍କୁ ନିଜ ହେପାଜତକୁ ନେଇଛି।
ଅଧିକାରୀଙ୍କ କହିବା କଥା ରିଲାଏନ୍ସ ପାୱାରରେ ମୁଖ୍ୟ ଆର୍ଥିକ ଅଧିକାରୀ ଭାବେ ୭ ବର୍ଷରୁ ଅଧିକ ସମୟ ହେଲା କାମ କରୁଥିଲେ ଅଶୋକ। ନୂତନ ଓ ପୁନଃ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ସୋଲାର ଏନର୍ଜୀ କର୍ପୋରେସନ ଅଫ ଇଣ୍ଡିଆ(ଏସ୍ଇସିଆଇ) ନିକଟରେ ସେ ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟୀର କାଗଜପତ୍ର ଦାଖଲ କରିଥିଲେ।
ଏହି ଜାଲ ବ୍ୟାଙ୍କ ଗ୍ୟାରେଣ୍ଟୀକୁ ପାସ୍ କରାଇବା ପାଇଁ ଅଶୋକ ବେଶ ଚତୁର ଭାବେ '[email protected]', 'Indiabank.in', 'Indusindbank.in', 'pnbIndia.in', 'psdbank.co.in', 'siliguripnb.co.in', 'lobbank.co.in', and 'unionbankofIndia.co.in' ଭଳି ନକଲି ଡୋମେନର ବୃବହାର କରିଥିଲେ। ଅନୁମୋଦନ ଓ କାଗଜପତ୍ର ପାଇଁ ସେ ଟେଲିଗ୍ରାମ କିମ୍ବା ହ୍ୱାଟସଆପକୁ ବ୍ୟବହାର କରିଥିଲେ ବୋଲି ଏଜେନ୍ସି କହିଛି।

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ରିଲାଏନ୍ସ(Reliance) ପାୱାର ପକ୍ଷରୁ ଫଲିପାଇନ୍ସର ମନିଲାରେ ଥିବା FirstRand Bankର ଗ୍ୟାରେଣ୍ଟୀ ମଧ୍ୟ ଦିଆଯାଇଥିଲା। କିନ୍ତୁ ଫିଲିପାଇନ୍ସରେ ଏପରି କୌଣସି ବ୍ରାଞ୍ଚ ନାହିଁ। ଏହି ଠକେଇର ଜଣେ ପ୍ରମୁଖ ସଦସ୍ୟ ହେଲା ଓଡ଼ିଶା ଭିତ୍ତିକ ବିଶ୍ୱାଳ ଟ୍ରେଡଲିଙ୍କ। ଏହା ନିଜକୁ ଓଡ଼ିଶା ଭିତ୍ତିକ ଫାର୍ମ ବୋଲି ଦର୍ଶାଇଥିଲା। କିନ୍ତୁ ଏହା ଗୋଟିଏ ଆବାସିକ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିଲା। ସେହିପରି ସଂସ୍ଥାର କୌଣସି ଦାୟିତ୍ୱବାନ ବ୍ୟାଙ୍କ ଗ୍ୟାରେଣ୍ଟୀ ରେକର୍ଡ ମଧ୍ୟ ନାହିଁ।
ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଏହି କମ୍ପାନୀ କେବଳ କାଗଜପତ୍ରରେ ରହିଛି। ପଞ୍ଜିକୃତ ଠିକଣାରେ କୌଣସି ପ୍ରକାରର କମ୍ପାନୀ ନାହିଁ। ଅଗଷ୍ଟ ମାସରେ ବିଶ୍ୱାସ ସାରଥୀର ନିର୍ଦ୍ଦେଶକଙ୍କୁ ୬୮.୨ କୋଟି ଟଙ୍କାର ଜାଲ ବ୍ୟାଙ୍କ ଗ୍ୟାରେଣ୍ଟୀ ଦାଖଲ ପାଇଁ ଗିରଫ କରାଯାଇଥିଲେ। ଏହି ଗ୍ୟାରେଣ୍ଟୀ ଗୁଡ଼ିକୁ ରିଲାଏନ୍ସ ପାୱାର ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା।
ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ଆର୍ଥିକ ଅନିୟମିତତା ଓ ୧୭ ହଜାର କୋଟିର ଋଣକୁ ଅନ୍ୟତ୍ର ଡାଇଭର୍ଟ କରିବା ଆଦି ଅଭିଯୋଗରେ ଇଡି ସ୍କାନରେ ରହିଛନ୍ତି ଅନୀଲ ଅମ୍ବାନୀ। ପ୍ରଥମ ଅଭିଯୋଗରେ ୨୦୧୭ରୁ ୨୦୧୯ ମଧ୍ୟରେ YES ବ୍ୟାଙ୍କରୁ ନିଆଯାଇଥିବା ୩ ହଜାର କୋଟିର ଋଣକୁ ବେଆଇନ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଉଲ୍ଲେଖ ରହିଛି। ଦ୍ୱିତୀୟ ଅଭିଯୋଗ ମଧ୍ୟ ପ୍ରାୟ ସାମାନ। କିନ୍ତୁ ଏଥିରେ ଋଣ ପରିମାଣ ୧୪ ହଜାର କୋଟି ରହିଛି।












Click it and Unblock the Notifications