Get Updates
Get notified of breaking news, exclusive insights, and must-see stories!

ଆନ୍ଧ୍ରପ୍ରଦେଶ ଟ୍ରେନ୍ ଦୁର୍ଘଟଣା: 45 ଟ୍ରେନ୍ ବାତିଲ୍, 22 ଟ୍ରେନ୍ ର ଗତିପଥ ପରିବର୍ତ୍ତନ, ଏହି ଟ୍ରେନର ସମୟ ପରିବର୍ତ୍ତନ

ଆନ୍ଧ୍ରପ୍ରଦେଶ ଟ୍ରେନ୍ ଦୁର୍ଘଟଣା: ଆନ୍ଧ୍ରପ୍ରଦେଶରେ ହୋଇଥିବା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା ପରେ ରେଳ ଚଲାଚଳ ବ୍ୟାହତ ହୋଇଛି । ଟ୍ରେନ୍ ଟ୍ରାକରେ ବଗି ପଡ଼ି ରହିଥିବାରୁ ଟ୍ରେନ୍ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଲରେ 45 ଟି ଟ୍ରେନ୍ ବାତିଲ୍ କରିଛି ରେଳ ବିଭାଗ । ସେହିପରି 22 ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଏପରିକି 11 ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଥିବା ଜଣାଯାଇଛି । ଖାଲି ସେତିକି ନୁହେଁ, 6 ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି ।

train cancel

ବାତିଲ ଟ୍ରେନ୍ ତାଲିକା

1. ରାୟପୁର-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
2. ବିଶାଖାପାଟଣା-ରାୟପୁର ସ୍ପେଶାଲ୍‌ ଟ୍ରେନ୍
3. ପଲାସା-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
4. ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍
5. କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍
6. ରାୟଗଡା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
7. ବିଜୟନଗରମ୍-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
8. ବିଶାଖାପାଟଣା-ଗୁଣପୁର ସ୍ପେଶାଲ୍‌ ଟ୍ରେନ୍
9. ଗୁଣପୁର-ବିଶାଖାପାଟଣା ସ୍ପେଶାଲ୍‌ ଟ୍ରେନ୍
10. ଏମ୍‌ଜିଆର୍‌ ଚେନ୍ନାଇ ସେଣ୍ଟ୍ରାଲ୍‌-ପୁରୀ ଏକ୍ସପ୍ରେସ୍‌
11. ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ୍‌
12. ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍
13. ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍
14. ବିଶାଖାପାଟଣା-ଗୁଣ୍ଟୁର ଏକ୍ସପ୍ରେସ୍
15. ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌
16. ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
17. ବିଶାଖାପାଟଣା-ତିରୁପତି ପାସେଞ୍ଜର ଟ୍ରେନ୍‌
18. ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌
19. ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍
20. ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍
21. ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍
22. ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍

ସେହିପରି ଏହି 6 ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି ।

1. 12863 ହାୱଡ଼ା-ଏମ୍, ବିଶ୍ୱେଶ୍ୱରାୟ ଟର୍ମିନାଲ(ବାଙ୍ଗାଲୁରୁ)
2. 12867 ହାୱଡ଼ା-ପୁଡୁଚେରୀ ଏକ୍ସପ୍ରେସ
3. 12839 ହାୱଡ଼ା-ଏମଜିଆର ଚେନ୍ନାଇ ମେଲ୍
4. 22642 ଶାଲିମାର-ଥିରୁଅନନ୍ତପୁରମ୍ ଏକ୍ସପ୍ରେସ୍
5. 12842 ଏମଜିଆର୍ ଚେନ୍ନାଇ - ଶାଲିମାର ଏକ୍ସପ୍ରେସ
6. 13352 ଆଲାପୁଜ୍ଜା-ଧାନବାଦ ବୋକାରୋ ଏକ୍ସପ୍ରେସ୍

ତେବେ ଅପରାହ୍ନ 4ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅପରାହ୍ନ 4 ଟା ପରେ ରେଳ ଟ୍ରାକ୍ ମରାମତି କାମ ଶେଷ ହେବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହୋଇପାରେ ବୋଲି ଆଶା କରାଯାଉଛି ।

ସୂଚନାଥାଉକି, 08532 ବିଶାଖାପାଟଣା-ପଲାସା ପାସଲଞ୍ଜର ଟ୍ରେନ୍ ଟ୍ରାକ୍‌ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡା ଟ୍ରେନ୍ ପଛରୁ ଧକ୍କା ଦେଇଥିଲା । ଫଳରେ 5 ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍‌ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+