ଆନ୍ଧ୍ରପ୍ରଦେଶ ଟ୍ରେନ୍ ଦୁର୍ଘଟଣା: 26 ଟ୍ରେନ୍ ବାତିଲ୍, 22ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ, 11ଟି ଟ୍ରେନ୍ ଆଂଶିକ ବାତିଲ୍
Andhra Pradesh Train Accident: ବିଶାଖାପାଟଣା-ପଲାସା ପାସେଞ୍ଜର ଓ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 13 କୁ ବୃଦ୍ଧି ପାଇଥିବା ବେଳେ 50 ରୁ ଅଧିକ ଆହତ ହୋଇଛନ୍ତି ।
ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଲୋକ ପାଇଲଟ୍ ଏବଂ ଜଣେ ଗାର୍ଡ ରହିଛନ୍ତି । ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଛି ।

ଟ୍ରେନ୍ ଦୁର୍ଘଟଣା ଯୋଗୁ 22ଟି ଟ୍ରେନ୍କୁ ରେଳ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି । ଏହାସହ 22 ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ ହୋଇଛି । ସେହିପରି 11 ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି । ଅପରାହ୍ନ 4 ଟା ସୁଦ୍ଧା ମରାମତି କାମ ସରିବ ବୋଲି ଜଣାପଡ଼ିଛି ।
ବାତିଲ ହୋଇଥିବା ଟ୍ରେନ୍
1. ରାୟପୁର-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
2. ବିଶାଖାପାଟଣା-ରାୟପୁର ସ୍ପେଶାଲ୍ ଟ୍ରେନ୍
3. ପଲାସା-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
4. ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ୍
5. କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍
6. ରାୟଗଡା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍
7. ବିଜୟନଗରମ୍-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
8. ବିଶାଖାପାଟଣା-ଗୁଣପୁର ସ୍ପେଶାଲ୍ ଟ୍ରେନ୍
9. ଗୁଣପୁର-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍
10. ଏମ୍ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍-ପୁରୀ ଏକ୍ସପ୍ରେସ୍
11. ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ୍
12. ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍
13. ରାୟଗଡା-ଗୁଣ୍ଟୁର ଏକ୍ସପ୍ରେସ୍
14. ବିଶାଖାପାଟଣା-ଗୁଣ୍ଟୁର ଏକ୍ସପ୍ରେସ୍
15. ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍
16. ପଲାସା-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍
17. ବିଶାଖାପାଟଣା-ତିରୁପତି ପାସେଞ୍ଜର ଟ୍ରେନ୍
18. ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍
19. ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ୍
20. ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ୍
21. ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍
22. ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍
ସେହିପରି ଦୁର୍ଘଟଣା ପରେ ହେଲପଲାଇନ୍ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ ।
ହେଲପଲାଇନ୍ ନମ୍ବର
ବିଶାଖାପାଟଣା କୋଚିଂ କଣ୍ଟ୍ରୋଲ ନଂ- 8978080939
ବିଶାଖାପାଟଣା ଷ୍ଟେସନ ନଂ- 0891-2746330, 8106053052
ହେଲପ୍ଲାଇନ୍ ନଂ- 0674-2301625, 2301525, 2303069
ଏଥିସହ ରାୟଗଡ଼ା ହେଲପ୍ଲାଇନ ନଂ- 9439741071, 7326812986 ନମ୍ୱର ଜାରି କରାଯାଇଛି ।
Helpline Number regarding Train Accident between Alamanda and Kantakapalle in Vizianagaram-Kottavalasa Rly secn of Waltair Divn of ECoR in Howrah-Chennai Main Line.
Bhubaneswar -
0674-2301625, 2301525, 2303069Waltair - 0891-
— East Coast Railway (@EastCoastRail) October 29, 2023
2885914@RailMinIndia
ସୂଚନାଥାଉକି, 08532 ବିଶାଖାପାଟଣା-ପଲାସା ପାସଲଞ୍ଜର ଟ୍ରେନ୍ ଟ୍ରାକ୍ରେ ଥିବାବେଳେ 08504 ବିଶାଖାପାଟଣା-ରାୟଗଡା ଟ୍ରେନ୍ ପଛରୁ ଧକ୍କା ଦେଇଥିଲା । ଫଳରେ 5 ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସ୍ ଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବିଜୟନଗରମ୍ ମେଡିକାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications