କୋଟିଆ ପ୍ରସଙ୍ଗ : ଆନ୍ଧ୍ର ସରକାରଙ୍କୁ ଝଟକା, ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଆନ୍ଧ୍ର ହାଇକୋର୍ଟ
କୋଟିଆ ପ୍ରସଙ୍ଗରେ ଓଡ଼ିଶାକୁ ଆଶ୍ୱସ୍ତି । ଆନ୍ଧ୍ର ସରକାରଙ୍କୁ ଲାଗିଛି ବଡ଼ ଝଟକା । କୋଟିଆରେ ହୋଇଥିବା ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ ।ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଛନ୍ତି
ହାଇଦ୍ରାବାଦ : କୋଟିଆ ପ୍ରସଙ୍ଗରେ ଓଡ଼ିଶାକୁ ଆଶ୍ୱସ୍ତି । ଆନ୍ଧ୍ର ସରକାରଙ୍କୁ ଲାଗିଛି ବଡ଼ ଝଟକା । କୋଟିଆରେ ହୋଇଥିବା ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଛନ୍ତି କୋର୍ଟ । କିନ୍ତୁ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ଆନ୍ଧ୍ର ସରକାର 4 ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଟିଡିପି, ବିଜେପି ଓ ଜନସେନା ପାର୍ଟି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି ।
ଏହା ପୂର୍ବରୁ ଅପ୍ରେଲ 6 ତାରିଖରେ ହାଇକୋର୍ଟର ଜଣିକିଆ ବେଞ୍ଚ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ । ହେଲେ ପରଦିନ ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ । ଯାହା ଫଳରେ ଅପ୍ରେଲ 8 ତାରିଖରେ ଭୋଟ୍ ପାଇଁ ପୂରା ବାଟ ଫିଟିଯାଇଥିଲା । ହେଲେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ରେଜଲ୍ଟ ପ୍ରକାଶ ପାଇପାରିବ ନାହିଁ ।
ସୂଚନା ଯୋଗ୍ୟ ଯେ, ଫେବ୍ରୁଆରୀ 13 ତାରିଖରେ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗାଁରେ ଆରମ୍ଭ ନିର୍ବାଚନ କରାଇଥିଲା ଆନ୍ଧ୍ର । ଫାଟୁସିନେରୀ ପାଇଁ 2 ଜଣ ପ୍ରାର୍ଥୀ ହୋଇଥିବା ବେଳେ ପୋଲିଂ ବୁଥ ମଧ୍ୟ ସେଠାରେ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ 1951 ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications