କୋଟିଆରେ ଆନ୍ଧ୍ର କରୁଛି ନିର୍ବାଚନ
କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟରେ ବିବାଦ ଲାଗିରହିଥିବା ସତ୍ତ୍ୱେ ଆନ୍ଧ୍ର ପଦେଶ ସରକାର ଆଜି କୋଟିଆରେ ନିର୍ବାଚନ କରିଛି । କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଆରମ୍ଭ ହୋଇଛି ନିର୍ବାଚନ ।
କୋରାପୁଟ : କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟରେ ବିବାଦ ଲାଗିରହିଥିବା ସତ୍ତ୍ୱେ ଆନ୍ଧ୍ର ପଦେଶ ସରକାର ଆଜି କୋଟିଆରେ ନିର୍ବାଚନ କରିଛି । କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମରେ ଆରମ୍ଭ ହୋଇଛି ନିର୍ବାଚନ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଫାଟୁସିନେରୀ ପାଇଁ 2ଜଣ ପ୍ରାର୍ଥୀ ରହିଛନ୍ତି । ଏହି ଗ୍ରାମରେ ପୋଲିଂ ବୁଥ କରାଯାଇଛି । ସେଠାରେ ମତଦାନ ଅଳ୍ପ ସଂଖ୍ୟାରେ ହୋଇଛି ।

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାପାଳ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ନିର୍ବାଚନ ବନ୍ଦ କରିବା ନେଇ ଚିଠି ଲେଖିଥିଲେ । ଦୁଇ ରାଜ୍ୟ ଭିତରେ ଥିବା ଲାଗିଥବା ବିବାଦ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଏହି ବାବଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ ରିପୋର୍ଟରେ କହିଛନ୍ତି ।












Click it and Unblock the Notifications