ଆନ୍ଧ୍ରପ୍ରଦେଶ : ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଭାଙ୍ଗିଲା ବନ୍ଧ, ବନ୍ୟା ଯୋଗୁଁ 3 ମୃତ, 30 ନିଖୋଜ
ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲ୍ଲାରେ ଅଚାନକ ବନ୍ୟା ଆସିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30 ଜଣ ନିଖୋଜ ଅଛନ୍ତି ।
କଡପ୍ପା : ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲ୍ଲାରେ ଅଚାନକ ବନ୍ୟା ଆସିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30 ଜଣ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚେୟେରୁ ନଦୀର ଜଳସ୍ତର ବଢିଯିବାରୁ ବନ୍ଧ ଭାଙ୍ଗିବା ପରେ ଅନେକ ଗ୍ରାମରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଳ ସ୍ତର ବୃଦ୍ଧି ହେତୁ ନନ୍ଦଲୁରର ସ୍ୱାମୀ ଆନନ୍ଦ ମନ୍ଦିର ମଧ୍ୟ ଜଳମଗ୍ନ ହୋଇଛି । ଏହି ସମୟରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିବ ମନ୍ଦିରରେ ପୂଜା କରୁଥିବା କିଛି ଭକ୍ତ ମଧ୍ୟ ବନ୍ୟା ପରିସ୍ଥିତିରେ ଫସି ଯାଇଥିଲେ ।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟରେ ଗତ କିଛି ଦିନ ଧରି ଲଗାତାର ବର୍ଷା ଜାରି ରହିଛି । ଚିତ୍ତୁର ଏବଂ କୁଡପ୍ପାରେ ହଠାତ୍ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପ୍ରବଳ ବର୍ଷା ହେତୁ କୁଡପ୍ପାର ଚେୟେରୁ ନଦୀ କୂଳରେ ଥିବା କିଛି ଗାଁ ଜଳମଗ୍ନ ହୋଇଛି । ପ୍ରବଳ ଜଳ ପ୍ରବାହରେ ଫସି ରହିଥିବା କିଛି ଲୋକଙ୍କୁ ଥଇଥାନ କରିବାର କାର୍ଯ୍ୟ ଚାଲିଥିବାବେଳେ ରାଜନପେଟରେ କିଛି ଲୋକ ପ୍ରବଳ ସ୍ରୋତରେ ଭାସି ଯାଇଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଥିବାବେଳେ ନନ୍ଦଲୁରୁ ନିକଟରେ ତିନି ଶବ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିସହିତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ବର୍ଷା ପ୍ରଭାବିତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଏକ ଭିଡିଓ ସମ୍ମିଳନୀରେ କହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications