Get Updates
Get notified of breaking news, exclusive insights, and must-see stories!

ଜାମ୍ମୁ କାଶ୍ମୀର ବାରମୁଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ଜାମ୍ମୁ କାଶ୍ମୀରର ବାରମୁଲ୍ଲାର ପଟ୍ଟନ ଅଞ୍ଚଳର ୟେଦିପୋରା ଠାରେ ଶୁକ୍ରବାର ଦିନ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ଉଭୟ ପୋଲିସ ଏବଂ ସୁରକ୍ଷା ବାହିନୀ ଏକାଠି ଏହାର ଜବାବ ଦେଉଛନ୍ତି ।

ଶ୍ରୀନଗର : ଜାମ୍ମୁ କାଶ୍ମୀରର ବାରମୁଲ୍ଲାର ପଟ୍ଟନ ଅଞ୍ଚଳର ୟେଦିପୋରା ଠାରେ ଶୁକ୍ରବାର ଦିନ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ଉଭୟ ପୋଲିସ ଏବଂ ସୁରକ୍ଷା ବାହିନୀ ଏକାଠି ଏହାର ଜବାବ ଦେଉଛନ୍ତି । ପୋଲିସ ଏବଂ ସୁରକ୍ଷା ବାହିନୀର ଟିମ୍ ମିଳିତ ଭାବେ କର୍ଡନ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ତେବେ ଘଟଣାର ବାକି ସୂଚନା ପରେ ଦିଆଯିବ ବୋଲି ଜାମ୍ମୁ କାଶ୍ମୀର ପୋଲିସ କହିଛି । ଜାମ୍ମୁ କାଶ୍ମୀରରେ କିଛି ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଏନକାଉଣ୍ଟର । ଏହାପୂର୍ବରୁ ଶୋପିଆନ୍ ଜିଲ୍ଲାର ଚିତ୍ରଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା ।

encounter

ଏହି ସପ୍ତାହ ଆରମ୍ଭରୁ ଜାମ୍ମୁ କାଶ୍ମୀର ପୋଲିସ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ଭାରତୀୟ ସେନାର ମିଳିତ ଅପରେସନ୍ କୁଲଗାମ ଜିଲ୍ଲାର ଆଭୋଟୁ ଗ୍ରାମରେ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଏହି ଅପରେସନରେ ସୁରକ୍ଷାକର୍ମୀମାନେ ଅସ୍ତ୍ରଶସ୍ତ୍ର, ବୋମା, ବନ୍ଧୁକ ଆଦି ଜବତ କରିଥିଲେ । ଉଭୟ ଆତଙ୍କବାଦୀ କୁଲଗାମର ଟାକିଆର ବାସିନ୍ଦା ମହମ୍ମଦ ଶାଫି ଘାନି ଏବଂ ମହମ୍ମଦ ଆସିଫ ୱାନି ବୋଲି ଜଣାପଡିଛି ।

ଉଭୟ ଆତଙ୍କବାଦୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଥିଲେ । ଗୋଟିଏ ଘରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା କର୍ମୀ ଦ୍ୱାରା ଏହି ଅପରେସନ୍ ଆରମ୍ଭ କରାଯାଇଥିଲା । ସେନା ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+