ଦରଦାମ ବୃଦ୍ଧି ଉପରେ ମହଙ୍ଗା ମାଡ଼, କ୍ଷୀର ମୂଲ୍ୟ ବଢାଇଲା ଅମୁଲ
ପାର୍ବଣ ଋତୁରେ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତି ଉପରେ ଆଉ ଏକ ବଡ଼ ଝକା ଲାଗିଛି । ଅମୁଲ ପୁଣି ଏହାର ଦର ବଢାଇଛି । ଏକ ଲିଟର କ୍ଷୀରର ମୂଲ୍ୟ ରେ 2 ଙ୍କା ବୃଦ୍ଧି କରିଛି ଅମୁଲ ।
ଅହମ୍ମଦାବାଦ : ପାର୍ବଣ ଋତୁରେ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତି ଉପରେ ଆଉ ଏକ ବଡ଼ ଝକା ଲାଗିଛି । ଅମୁଲ ପୁଣି ଏହାର ଦର ବଢାଇଛି । ଏକ ଲିଟର କ୍ଷୀରର ମୂଲ୍ୟ ରେ 2 ଙ୍କା ବୃଦ୍ଧି କରିଛି ଅମୁଲ ।

କମ୍ପାନୀ ଅନୁଯାୟୀ ଗୁଜୁରାଟ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଏହି ମୂଲ୍ୟ ବୃଦ୍ଧି ଲାଗୁ ହେବ । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ ଲିମିଟେଡ ର ପରିଚାଳନା ନିର୍ଦ୍ଦେଶକ ଆରଏଏସ ସୋଢୀ କହିଛନ୍ତି ଯେ ଅମୁଲର ଫୁଲ୍ କ୍ରିମ କ୍ଷୀର ଏବଂ ମଇଁଷି କ୍ଷୀରର ମୂଲ୍ୟ ଲିଟର ପିଛା 2 ଟଙ୍କା ବୃଦ୍ଧି କରାଯାଇଛି ।
ବର୍ଦ୍ଧିତ ମୂଲ୍ୟ ପରେ ବର୍ତ୍ତମାନ ଅମୁଲ ର ଏକ ଲିଟର ଦୁଗ୍ଧ ପ୍ୟାକେଟ୍ 63 ଟଙ୍କାରେ ବିକ୍ରି ହେବ, ଯାହାର ମୂଲ୍ୟ 61 ଟଙ୍କା ଥିଲା । ଅମୁଲ ଏବଂ ମଦର ଡାଏରୀ ଏହା ପୂର୍ବରୁ ଅଗଷ୍ଟ ମାସରେ ଲିଟର ପିଛା 2 ଟଙ୍କା ବୃଦ୍ଧି କରିଥିଲେ । ମୂଲ୍ୟ ବୃଦ୍ଧି ହେତୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରୁଛନ୍ତି ବୋଲି ଉଭୟ କମ୍ପାନୀ କହିଛନ୍ତି । ଏହାପୂର୍ବରୁ ମାର୍ଚ୍ଚ ମାସରେ ଉଭୟ କମ୍ପାନୀ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିଥିଲେ ।












Click it and Unblock the Notifications