ପୁଣି ବାଜିଲା ମହଙ୍ଗା ମାଡ଼, ବଢିଲା ଅମୁଲ କ୍ଷୀର ଦାମ

ଗାନ୍ଧୀନଗର : ଦରଦାମ ବୃଦ୍ଧି ମଧ୍ୟରେ ପୁଣି ପଡ଼ିଲା ମହଙ୍ଗା ମାଡ଼ । ସାଧାରଣ ଖାଉଟି ମହଙ୍ଗା ମାଡ଼ରୁ ନିସ୍ତାର ପାଉ ନାହାଁନ୍ତି । ଏହି ସମୟରେ ବର୍ତ୍ତମାନ ଦେଶର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୁଲ ଏହାର କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଅନୁଯାୟୀ ଗୁଜୁରାଟରେ କ୍ଷୀରର ମୂଲ୍ୟ ଲିଟର ପିଛା 2 ଟଙ୍କା ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ଆଜି ଠାରୁ ଅର୍ଥାତେ ଅପେରଲ ପହିଲାରୁ ଲାଗୁ ହୋଇଛି ।
ଅମୁଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସବୁ ପ୍ରକାର କ୍ଷୀର ମୂଲ୍ୟରେ ବୃଦ୍ଧି କରାଯାଇଛି । ଅମୁଲ ଗୋଲ୍ଡ, ଅମୁଲ ଶକ୍ତି ଏବଂ ଅମୁଲ ଫ୍ରେଶର ବଢିଛି ଦାମ୍ । ଏହି ବୃଦ୍ଧି ପରେ ଗୁଜୁରାଟରେ ଅଧା ଲିଟର ଅମୁଲ ଗୋଲ୍ଡ କ୍ଷୀରର ମୂଲ୍ୟ 32 ଟଙ୍କାରେ ବିକ୍ରି ହେବା ବେଳେ ଅମୁଲ ତାଜା ପାଇଁ ଗ୍ରାହକଙ୍କୁ 26 ଟଙ୍କା ଦେବାକୁ ପଡିବ । ଏଥିସହିତ ଅମୁଲ ଶକ୍ତିର ମୂଲ୍ୟ ବର୍ତ୍ତମାନ 29 ଟଙ୍କା ହୋଇଛି । କ୍ଷୀରର ମୂଲ୍ୟ ବୃଦ୍ଧି ହେତୁ ବର୍ତ୍ତମାନ ମିଠା, ଦହି, ରାବିଡ଼ି ଇତ୍ୟାଦି ଦୁଗ୍ଧଜାତ ଦ୍ରବ୍ୟ ଜିନିଷର ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ ।
ଏହାପୂର୍ବରୁ ଜାନୁଆରୀରେ ଅମୁଲ ଦିଲ୍ଲୀରେ କ୍ଷୀରର ମୂଲ୍ୟ 3 ଟଙ୍କା ବୃଦ୍ଧି କରିଥିଲା । ଏହା ପରେ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଅଧା ଲିଟର ପିଛା 32 ଟଙ୍କାରେ ଏବଂ ଟୋନ୍ଡ କ୍ଷୀର ଦିଲ୍ଲୀ-ଏନସିଆରରେ 27 ଟଙ୍କାରେ ମିଳୁଛି । ଅମୁଲଙ୍କ ବ୍ୟତୀତ ମଦର ଡାଏରୀ ମଧ୍ୟ ମୂଲ୍ୟ ବୃଦ୍ଧି କରିସାରିଛି ।
ଗତ କିଛି ମାସ ମଧ୍ୟରେ ଗୋଖାଦ୍ୟ ମଧ୍ୟ ମହଙ୍ଗା ହୋଇଛି । ତେଣୁ କ୍ଷୀରର ଉତ୍ପାଦନ ଏବଂ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ କୃଷକମାନେ କ୍ଷୀର ପାଇଁ ଅଧିକ ମୂଲ୍ୟ ଦାବି କରୁଥିଲେ । ଏହି କାରଣରୁ କମ୍ପାନୀକୁ ମୂଲ୍ୟ ବୃଦ୍ଧି କରିବାକୁ ପଡିଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications