ଅମୃତସରରୁ ଲଣ୍ଡନ ଯିବାକୁ ଚେଷ୍ଟା କରୁଥିଲେ ଅମୃତପାଲ ସିଂହର ପତ୍ନୀ, ଇମିଗ୍ରେସନରେ ଅଟକାଇ ହେଉଛି ପଚରାଉଚୁରା
ଚଣ୍ଡିଗଡ଼ : ଖଲିସ୍ତାନୀ ସମର୍ଥକ ତଥା ୱାରିସ ଦେ ପଞ୍ଜାବ ମୁଖ୍ୟ ଅମୃତପାଲ ସିଂହ 18 ମାର୍ଚ୍ଚ 2023 ରୁ ଫେରାର ଅଛି । ପଞ୍ଜାବ ପୋଲିସ ତାକୁ ଚାରିଆଡ଼େ ଖୋଜୁଛି । ଏପରିକି ତାର ଅନ୍ୟ ସହଯୋଗୀମାନଙ୍କ ଉପରେ ମଧ୍ୟ ନଜର ରଖିଛି ପୋଲିସ । ଏହି ସମୟରେ ଅମୃତପାଲର ପତ୍ନୀକୁ ଅଟାଇଛି ପୋଲିସ୍ ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମୃତପାଲ ସିଂହର ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ଶ୍ରୀ ଗୁରୁ ରାମ ଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକାଇ ପଚରାଉଚରା କରାଯାଉଛି । ସୂଚନାନୁସାରେ, କିରଣଦୀପ ଲଣ୍ଡନ ଯିବାକୁ ଚେଷ୍ଟା କରୁଥିଲେ, ବିମାନରେ ଯିବା ପୂର୍ବରୁ ତାଙ୍କୁ ଅଟକାଇ ଦିଆଯାଇଥିଲା ।
କୁହାଯାଉଛି କି କିରଣଦୀପ କୌରଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ, କିନ୍ତୁ ଇମିଗ୍ରେସନ ବିଭାଗ ତାଙ୍କୁ ପଚରାଉଚରା କରୁଛି ।
ଅମୃତସର ଅଜନାଲା ପୋଲିସ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଅମୃତପାଲ ସିଂହ ମାର୍ଚ୍ଚ 18 ତାରିଖରୁ ଫେରାର ଅଛି । ପୋଲିସ ତାକୁ ପଳାତକ ବୋଲି ଘୋଷଣା କରିଛି । ଏହା ବ୍ୟତୀତ ତାର ଘନିଷ୍ଠ ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ରଖିଛି । ନିକଟରେ, ଅପ୍ରେଲ 10 ରେ, ହୋଶିଆରପୁରରୁ ପପୁଲପ୍ରୀତ ସିଂହକୁ ପୋଲିସ ଗିରଫ କରିଥିଲା ।












Click it and Unblock the Notifications