ଅମୃତପାଲର ଘନିଷ୍ଠ ସହଯୋଗୀ ଯୋଗା ସିଂହ ସରହିନ୍ଦରୁ ଗିରଫ
ଚଣ୍ଡିଗଡ଼ : ୱାରିସ୍ ପଞ୍ଜାବ ଦେ ମୁଖ୍ୟ ତଥା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ମାମଲାରେ ପଞ୍ଜାବ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଅମୃତପାଲର ଘନିଷ୍ଠ ତଥା ମୁଖ୍ୟ ସହାୟକ ଯୋଗା ସିଂହ କୁ ଗିରଫ କରାଯାଇଛି ।
ପଞ୍ଜାବ ପୋଲିସ ଶନିବାର ଏକ ଫଟୋଗ୍ରାଫ ମଧ୍ୟ ଜାରି କରିଛି ଯେଉଁଥିରେ ଅମୃତପାଲର ସହଯୋଗୀ ଯୋଗା ହଳଦିଆ ପଗଡି ପିନ୍ଧିଥିବା ସହ ଅନ୍ୟ କିଛି ଲୋକଙ୍କ ସହ ଅଛି । ଡିଜି ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି ।

ଅମୃତପାଲର ନିକଟତମ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଡିଆଇଜି ବର୍ଡର ରେଞ୍ଜ ନରିନ୍ଦର ଭାର୍ଗବ କହିଛନ୍ତି ଯେ ପଞ୍ଜାବ ପୋଲିସ ଯୋଗା ସିଂହ କୁ ସରହିନ୍ଦ ଅଞ୍ଚଳରୁ ଗିରଫ କରିଛି । ଅଜନାଲା ହିଂସା ପରେ ଅମୃତପାଲ ଫେରାର ରହିଛି । ପୋଲିସ୍ ତାକୁ ଧରିବାକୁ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।
ଏହା ପରେ ମାର୍ଚ୍ଚର ଶେଷ ସପ୍ତାହରେ ଅମୃତପାଲର ଏକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏଥିରେ ସେ ତାର ସହଯୋଗୀ ପାପଲପ୍ରୀତ ସହ ଦେଖାଯାଇଥିଲା । ପୋଲିସ ଟିମ୍ ଅମୃତପାଲ କୁ ଖୋଜୁଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ 140 ରୁ ଅଧିକ ଗିରଫ କରିଛି । ପାକିସ୍ତାନ ସହିତ ସୀମା ଏବଂ ପଞ୍ଜାବର ସୀମାନ୍ତ ରାଜ୍ୟରେ ଥିବା ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଗିରଫ ଲୋକଙ୍କୁ ଆସାମରେ ଜେଲରେ ରଖିଛି ।












Click it and Unblock the Notifications