ଉତ୍ତରାଖଣ୍ଡରେ ଲୁଚିଛି ପଳାତକ ଅମୃତପାଲ ସିଂହ ! ହାଇ ଆଲର୍ଟ ଜାରି କଲା ପୋଲିସ୍

ଦେହରାଦୁନ୍ : ଖଲିସ୍ତାନ ସମର୍ଥକ ତଥା ୱାରିସ୍ ପଞ୍ଜାବ ଦେ ସଙ୍ଗଠନର ନେତା ଅମୃତପାଲ ସିଂହକୁ ନେଇ ଉତ୍ତରାଖଣ୍ଡରେ ହାଇ ଆଲର୍ଟ ଜାରି କରାଯାଇଛି । ହରିୟାଣା ଏବଂ ପଞ୍ଜାବ ପୋଲିସର ଇନପୁଟକୁ ଆଧାର କରି ଉତ୍ତରାଖଣ୍ଡ ସୀମା ସହିତ ଦେହରାଡୁନ୍, ହରିଦ୍ୱାର ଏବଂ ୟୁଏସସନଗର ରେ ସ୍ୱତନ୍ତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଅମୃତପାଲ ପଞ୍ଜାବରୁ ଫେରାର ହେବା ପରେ ଶାହାବାଦର ନୂଆ ସିଦ୍ଧାର୍ଥ କଲୋନୀରେ ଥିବା ଜଣେ ମହିଳା ସମର୍ଥକଙ୍କ ଘରେ ଲୁଚିଥିଲା । ପରଦିନ ସକାଳେ ସେଠାରୁ ଅନ୍ୟ କେଉଁ ଆଡ଼େ ଫରାର୍ ହୋଇଯାଇଥିଲା ।
ଏହି ସୂଚନା ପାଇବା ପରେ ପୋଲିସ ମହିଳା ବଲଜିତ କୌରଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ମହିଳା ସ୍ୱୀକାର କରିଛନ୍ତି ଯେ ଅମୃତପାଲ ଏଠାରୁ ଉତ୍ତରାଖଣ୍ଡ ଯାଇଛି । ଏହାକୁ ଭିତ୍ତି କରି ଅମୃତପାଲ ଉତ୍ତରାଖଣ୍ଡରେ ରହିଥିବା ନେଇ ପୋଲିସ୍ ସନ୍ଦେହ କରୁଛି । ଏହା ପରେ ଉତ୍ତରାଖଣ୍ଡ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସତର୍କ ସୂଚନା ଜାରି କରିଛି ।
ଏହା ପରେ ବିକାଶ ନଗର ଅଞ୍ଚଳ ସମେତ ଅନେକ ସୀମାରେ ବିଳମ୍ବିତ ରାତିରୁ ପୋଲିସ ଯାଞ୍ଚ କଡ଼ାକଡ଼ି କରିଛି । ଏ ନେଇ ସୂଚନା ଦେବାବେଳେ ଉତ୍ତରଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି ଯେ ଅମୃତପାଲ ରାଜ୍ୟ ସୀମାକୁ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଦେହରାଡୁନ୍, ହରିଦ୍ୱାର ଏବଂ ୟୁଏସନଗର ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications