ନୂଆ ବେଶରେ ପଳାତକ ଅମୃତପାଲ, ସୁଟ୍-ବୁଟ୍, ଚଷମା ପିନ୍ଧି ବୁଲୁଥିବା ବେଳେ ସିସିଟିଭିରେ ଧରାପଡ଼ିଲା

ନୂଆଦିଲ୍ଲୀ : ଖାଲିସ୍ତାନ ସମର୍ଥକ ତଥା ପଳାତକ ଅମୃତପାଲ ସିଂହଙ୍କୁ ଧରିବା ପାଇଁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଛି । କିନ୍ତୁ ଅମୃତପାଲ ପୋଲିସକୁ ଚକମା ଦେଇ ବାରମ୍ବାର ଖସିପଳାଉଛି । ଗତ କିଛି ଦିନ ହେବ ଅମୃତପାଲ କ୍ରମାଗତ ଭାବରେ ପୋଲିସକୁ ଚକ୍କର କାଟିବାକୁ ବାଧ୍ୟ କରିଦେଇଛି । ବେଶ ବଦଳାଇ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖସି ଯାଉଛି ।
ବର୍ତ୍ତମାନ ସାମ୍ନାକୁ ଆସିଥିବା ଏକ ସିସିଟିଭି ଫୁଟେଜରେ ଅମୃତପାଲ ସୁଟ-ବୁଟ ସହ ଚଷମା ପିନ୍ଧି ବୁଲୁଥିବାର ନଜର ଆସିଛି । ପୋଲିସକୁ ଚକମା ଦେବା ପାଇଁ ସେ ବାରମ୍ବାର ନିଜ ବେଶ ବଦଳାଉଛି ।
ପୋଲିସ ହାତରେ ଲାଗିଥିବା ସିସିଟିଭି ଫୁଟେଜ 20 ମାର୍ଚ୍ଚର ବୋଲି ଜଣାପଡ଼ିଛି । କୁହାଯାଉଛି ଅମୃତପାଲ ସିଂହ ତାର ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଅମୃତପାଲ ଅମୃତସରରୁ ହରିୟାଣାର କୁରୁକ୍ଷେତ୍ରରେ ପହଞ୍ଚିଛି । ସେ ଏଠାରୁ ଦିଲ୍ଲୀ ଯିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି । ଦିଲ୍ଲୀ ଏବଂ ପଞ୍ଜାବର ପୋଲିସ ଟିମ୍ ଅମୃତପାଲ ସିଂହକୁ ଧରିବାକୁ ଚେଷ୍ଟା କରୁଛନ୍ତି । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୋଲିସ ଟିମ୍ ମଧ୍ୟ ଗତକାଲି ଦିଲ୍ଲୀର କାଶ୍ମୀର ଗେଟ୍ ବସଷ୍ଟାଣ୍ଡରେ ପହଞ୍ଚି ଖୋଜାଖୋଜି କରିଥିଲା ।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ଅମୃତପାଲ ସିଂହ ଜଣେ ମହିଳାଙ୍କ ଘରୁ ନିଜ ଛତା ଧରି ନିଜକୁ ଲୁଚାଇବାକୁ ଚେଷ୍ଟା କରୁଛି । ଅମୃତପାଲ ବାଲଜିତ କୌର ନାମକ ଜଣେ ମହିଳାଙ୍କ ଘରେ ଲୁଚିଥିଲା । ଏଠାରେ ସେ ଅମୃତପାଲ ସିଂହ ସହ ପାପଲପ୍ରୀତ ସିଂହ ମଧ୍ୟ ଥିଲା । ଉଭୟଙ୍କୁ ହରିୟାଣାର କୁରୁକ୍ଷେତ୍ରରୁ ପୋଲିସ ଗିରଫ କରିଛି ।












Click it and Unblock the Notifications